(Video) ସୁନ୍ଦରୀ ଫିଜିଓଙ୍କୁ ଦେଖି ଭଲ ହୋଇଗଲା ବ୍ୟାଟ୍ସମ୍ୟାନଙ୍କ ଯନ୍ତ୍ରଣା! କଷ୍ଟ ବଦଳରେ ହସ ଦେଖି ୟୁଜର୍ସ ଚକିତ

ନୂଆଦିଲ୍ଲୀ: ସାଧାରଣ ଭାବେ ସୁନ୍ଦରୀ ଯୁବତୀଙ୍କ ପ୍ରତି ସମାଜର ବିଭିନ୍ନ ବର୍ଗର ପୁରୁଷଙ୍କର ଅଳ୍ପ ବହୁତ ଦୁର୍ବଳତା ରହିଥାଏ । ଯୁବ ବୟସରେ ଅନେକ ପୁରୁଷ କିଛି ସୁନ୍ଦରୀଙ୍କ ପ୍ରେମ ଆକର୍ଷଣରେ ଏତେ ମସଗୁଲ ହୋଇଯାଆନ୍ତି ଯେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇବାକୁ ବି ପଛାଇ ନଥାନ୍ତି । ତେବେ ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ କ୍ରିକେଟରମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ବର୍ତ୍ତମାନର ଡିଜିଟାଲ ଜମାନାରେ ଅଧିକାଂଶ ଘଟଣାର ଭିଡିଓ କ୍ଷଣିକ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଉଥିବା ବେଳେ ଏନେଇ ସାମ୍ନାକୁ ଆସିଛି ଏକ ମଜାଦାର ଦୃଶ୍ୟ ।

ଖବର ମୁତାବକ, ମ୍ୟାଚ ଚାଲିଥିବା ବେଳେ ନରୱେର ଜଣେ କ୍ରିକେଟରଙ୍କ ଦେହରେ ବୋଲରଙ୍କ ଏକ ବାଉନ୍ସର ବାଜିଥିଲା । ସ୍ୱିଡେନ ଓ ନରୱେ ମଧ୍ୟରେ ଏହି ମ୍ୟାଚ ଚାଲିଥିଲା । ପାଳିତର ୧୦ ଓଭରରେ ବ୍ୟାଟ୍ସମ୍ୟାନଙ୍କ ହେଲମେଟରେ ଏକ ବାଉନ୍ସର ବାଜିଥିଲା । ଏହାପରେ ପ୍ରୋଟୋକଲକୁ ପାଳନ କରି ପଡ଼ିଆକୁ ଆସିଥିଲେ ନରୱେର ଜଣେ ମହିଳା ଫିଜିଓ । ଏହାପରେ ଫିଜିଓ ଖେଳାଳିଙ୍କୁ ଚେକ୍ କରିଥିଲେ ଓ ବ୍ୟାଟ୍ସମ୍ୟାନ ଜଣଙ୍କ ଖୁସିର ସହିତ ମୁଣ୍ଡ ହଲାଇଥିଲେ । ତେବେ କିଛି ସେକେଣ୍ଡର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ତହଲକା ମଚାଇ ଦେଇଛି । ହେଲମେଟରେ ବାଉନ୍ସର ମାଡ଼ ହେବା ପରେ ଅସହଜ ଅନୁଭବ କରିବା ବଦଳରେ ଖେଳାଳି ଜଣଙ୍କ ଖୁସିରେ ମହିଳା ଫିଜିଓଙ୍କ ସହିତ କଥା ହେବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ୟୁଜର୍ସ । ଏଭଳି ଜଣେ ହଟ୍ ଫିଜିଓଙ୍କ ସ୍ପର୍ଶ ପରେ ଖେଳାଳିଙ୍କର ସବୁ ଯନ୍ତ୍ରଣା ଗାଏବ୍ ଯାଇଯାଇଛି ବୋଲି ଅନେକ ମତ ଦେଇଛନ୍ତି । ଏପରି ସ୍ଥିତିରେ ସେ ପ୍ରତି ଓଭରରେ ଆହତ ହେବାକୁ ଚାହିଁବେ ବୋଲି ଆଉ ଜଣେ ୟୁଜର୍ସ କହିଛନ୍ତି । ଏଭଳି ସୁନ୍ଦରୀ ଫିଜିଓ କେବଳ ଭାଗବ୍ୟାନ ଲୋକଙ୍କୁ ମିଳେ ବୋଲି ଅନେକ ମଜା କରି କହିଛନ୍ତି । ୟୁଜର୍ସ ଏହି ଘଟଣାକୁ ନେଇ ଅନେକ ମଜାଳିଆ କମେଣ୍ଟ କରୁଥିବା ଦେଖାଯାଇଛି ।

Get real time updates directly on you device, subscribe now.