ନବୀନଙ୍କୁ ଜନ୍ମଦିନର ଅଭିନନ୍ଦନ: ୭୮ ବର୍ଷରେ ପଦାର୍ପଣ କଲେ ଓଡ଼ିଶା ରାଜନୀତିର ମହାନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ଏହି ଅବସରରେ ନବୀନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ରାଜନୀତି ଓ ଅନ୍ୟ କ୍ଷେତ୍ର ସହ ଜଡ଼ିତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ । ଆଜି ୭୮ ବର୍ଷରେ ପାଦ ଦେଇଛନ୍ତି ନବୀନ । ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ପ୍ରଥମ ଥର ପାଇଁ ନବୀନଙ୍କ ବିଜେଡି କ୍ଷମତାଚ୍ୟୁତ ହୋଇଥିଲା । ଆଜି ୭୮ ବର୍ଷରେ ପାଦ ଦେଇଛନ୍ତି ନବୀନ । ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ଏହା ହେଉଛି ନବୀନଙ୍କର ପ୍ରଥମ ଜନ୍ମଦିବସ । ଦଶନ୍ଧି ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବେ ଗୋଟିଏ ରାଜ୍ୟର ଶାସନ ଭାର ନିର୍ବିବାଦରେ ଚଳାଇବା କେବଳ ନବୀନଙ୍କ ପରି ଜଣେ ମହାନାୟକଙ୍କ ପକ୍ଷରେ ସମ୍ଭବ ।

ତେବେ ବିଜେଡି ପ୍ରଥମ ଥର କ୍ଷମତାରୁ ଦୂରେଇ ରହିଥିଲେ ହେଁ ନବୀନ ଆଜି ବି କୋଟି କୋଟି ଓଡ଼ିଆଙ୍କ ହୃଦରେ ପ୍ରିୟ ନେତା ହୋଇ ରହି ଆସିଛନ୍ତି । ଦୀର୍ଘ ୨୪ ବର୍ଷର ଏଇ ଶାସନ କାଳ ମଧ୍ୟରେ ନବୀନଙ୍କ ମୁହଁରେ କେବେ ବି କ୍ରୋଧର ତିଳେ ମାତ୍ର ପରିଭାଷା ଦେଖି ନାହାନ୍ତି ଓଡ଼ିଶାବାସୀ । କ୍ଷମତାରେ ଥାଆନ୍ତୁ ବା ନଥାଆନ୍ତୁ ନବୀନ ଯେ ଜଣେ ସ୍ୱଚ୍ଛ, ନିଷ୍କପଟ, ସରଳ ମଣିଷ ଏହା ସମସ୍ତେ ଅବଗତ । ୧୯୪୬ ମସିହା ଅକ୍ଟୋବର ମାସ ୧୬ ତାରିଖରେ ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ଔରସରୁ ଜନ୍ମଗ୍ରହର କରିଥିଲେ ନବୀନ ।

ଓଡ଼ିଶା ରାଜନୀତିରେ ନବୀନର ସଫଳତାକୁ ବର୍ଣ୍ଣନା କଲେ ସତେ ଯେମିତି ଭାଷାର ଅଭାବ ପଡ଼ିବ । ନବୀନ ପ୍ରଥମେ ଡେରାଡୁରନ ଉଏଲହାମ ସ୍କୁଲ ଓ ପରେ ଡୁନ ସ୍କୁଲରେ ଅଧ୍ୟୟନ କରିଥିଲେ । ପରବର୍ତ୍ତୀ ସମୟରେ ସେ ଦିଲ୍ଲୀ ୟୁନିଭରସିଟିରୁ ଡିଗ୍ରୀ ସମାପ୍ତ କରି ବିଦେଶ ଯାତ୍ରା କରିଥିଲେ । ପିତା ଜଣେ ବରିଷ୍ଠ ରାଜନେତା ହୋଇଥିଲେ ହେଁ ନବୀନ ସର୍ବଦା ରାଜନୀତି ଠାରୁ ଦୂରେଇ ରହୁଥିଲେ । ତେବେ ବିଜୁବାବୁଙ୍କର ବିୟୋଗ ପରେ ତାଙ୍କର ସ୍ଥାନ ନେବାକୁ ଡକରା ପଡ଼ିଥିଲା ନବୀନ । ଆଉ ତା’ ପରେ ଓଡ଼ିଶାରେ ଆରମ୍ଭ ହୋଇଥିଲା ନବୀନ ଯୁଗ । ରାଜନୀତିରେ ନବୀନଙ୍କର ଅଳ୍ପ-ବହୁତ ପ୍ରଶଂସକ, ନିନ୍ଦୁକ ଥାଇ ପାରନ୍ତି, ମାତ୍ର ସାଧାରଣ ଜୀବନରେ ନବୀନଙ୍କୁ କେହି ନିନ୍ଦା କରିପାରିବେ ନାହିଁ ।

ନବୀନ ଓଡ଼ିଶାରେ କ୍ଷମତାରେ ଥିବା ସମୟରେ ଅନେକ ବଡ଼ ବଡ଼ ବିପର୍ଯ୍ୟୟକୁ ସଠିକ୍ ଭାବେ ମୁକାବିଲ କରିପାରିଛନ୍ତି । ୧୯୯୯ ମସିହାର ମହାବାତ୍ୟା ଓଡ଼ିଶାକୁ ଛାରଖାର କରିଦେଇଥିବା ବେଳେ ଓଡ଼ିଶା ଆର୍ଥିକ ଓ ମାନସିକ ଭାବେ ଦୁର୍ବଳ ଆଡ଼କୁ ଠେଲି ହୋଇଯାଇଥିଲା । ମାତ୍ର ନବୀନଙ୍କ ଧୈର୍ଯ୍ୟ ଓ ନିଷ୍ଠା ବଳରେ ଓଡ଼ିଶା ପୁଣି ଟେକି ଆଗକୁ ବଢ଼ିଥିଲା । ଫନି, ଫାଇଲିନ ପରି ଏକାଧିକ ବାତ୍ୟା ଓଡ଼ିଶାରେ ତାଣ୍ଡବ ରଚିଥିଲେ ହେଁ ତାହାକୁ ମଧ୍ୟ ନବୀନ ଦୃଢ଼ତାର ସହ ମୁକାବିଲା କରିଥିଲେ । ସେଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନବୀନଙ୍କ ପ୍ରଶଂସା କରାଯାଇଥିବା ମିଳିତ ଜାତିସଂଘ ଓଡ଼ିଶାକୁ ପୁରସ୍କୃତ କରିଥିଲା । ଅନେକ ଥର ଜାତୀୟ ସ୍ତରରେ ନବୀନ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି । ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ନେବା କ୍ଷେତ୍ରରେ ନବୀନଙ୍କ ବିଶେଷ ଅବଦାନ ରହିଥିଲା । ନବୀନଙ୍କ ବିଶେଷ ଅବଦାନ ପାଇଁ ଓଡ଼ିଶାରେ କ୍ରମାଗତ ଦୁଇ ଦୁଇଥର ପୁରୁଷ ହକି ବିଶ୍ୱକପ ସଫଳତାର ଆୟୋଜନ ହୋଇପାରିଥିଲା । ନବୀନ କ୍ଷମତାରେ ଥାଆନ୍ତୁ ବା ନ ଥାଆନ୍ତୁ ଓଡ଼ିଶାର ବିକାଶର ଏହି ଅନ୍ୟତମ ବିନ୍ଧାଣି ସର୍ବଦା କୋଟି କୋଟି ଓଡ଼ିଆଙ୍କୁ ହୃଦୟରେ ରହିବେ ।

Get real time updates directly on you device, subscribe now.