୩ ମାସରେ ଟ୍ରମ୍ପଙ୍କ ପ୍ରଚାର ପାଇଁ ୭୫ ନିୟୁତ ଡଲାର ଦେଇସାରିଲେଣି ଏଲନ୍ ମସ୍କ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଏଲନ୍ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଭାବେ ପ୍ରଚାର ପାଇଁ ୭୫ ନିୟୁତ ଡଲାର ଦାନ କରିଛନ୍ତି । ସରକାରୀ ତଦନ୍ତ ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଏଲନ୍ ମସ୍କ ଟ୍ରମ୍ପ ସମର୍ଥକ କ୍ୟାମ୍ପେନ୍ ଗ୍ରୁପ୍ ଆମେରିକା ଫାଷ୍ଟ ଆକ୍ସନକୁ ତିନି ମାସ ମଧ୍ୟରେ ପାଖାପାଖି ୭୫ ନିୟୁତ ଡଲାର ଦେଇଥିଲେ ।

ଜୁଲାଇ ରେ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ମସ୍କ ଆନୁଷ୍ଠାନିକ ଭାବେ ଟ୍ରମ୍ପଙ୍କୁ ସମର୍ଥନ ଜଣାଇଥିଲେ, ଯଦିଓ ସେ ପୂର୍ବରୁ ଅନେକ ପ୍ରସଙ୍ଗରେ ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା । ନିକଟରେ ପେନ୍ସିଲଭେନିଆର ବଟଲରରେ ଟ୍ରମ୍ପଙ୍କ ରାଲିରେ ମସ୍କ ମଧ୍ୟ ଉପସ୍ଥିତ ଥିଲେ । ଏହା ସେହି ସ୍ଥାନ ଯେଉଁଠାରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇଥିଲା ।

ଆମେରିକୀୟ ନିର୍ବାଚନ ନଭେମ୍ବରରେ ହେବାକୁ ଯାଉଛି, ଯେଉଁଠାରେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଳା ହାରିସ ଉପରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଅନ୍ୟପକ୍ଷରେ ରିପବ୍ଲିକାନ୍ ପାର୍ଟି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।

Get real time updates directly on you device, subscribe now.