କୁମାର ପୂର୍ଣ୍ଣିମାରେ ମଣିଷ ମାଂସ ଖାଇଲା କୁମ୍ଭୀର; ଗାଈ ଚରାଳିଙ୍କୁ କରିଲା ଶିକାର

କେନ୍ଦ୍ରାପଡ଼ା: କୁମାର ପୂର୍ଣ୍ଣିମାରେ ମଣିଷ ମାଂସ ଖାଇଲା କୁମ୍ଭୀର । ପୂର୍ଣ୍ଣିମା ଚାନ୍ଦ ଆସିବା ଆଗରୁ, ମଣିଷ ଶିକାର କଲା କୁମ୍ଭୀର । ଜଣେ ଗାଈ ଚରାଳିଙ୍କୁ ଟାଣି ନେଲା କୁମ୍ଭୀର । ମହାକାଳପଡ଼ା ତନ୍ତିଆପାଳ ଥାନା ରଟପଙ୍କ ଗାଁର ଜଣଙ୍କୁ ଟାଣି ନେଲା କୁମ୍ଭୀର । ବରୁଣେଇ ମୁହାଣ ନିକଟ ନାଳ ପାଖରୁ ଟାଣିନେଲା ମଣିଷଖିଆ କୁମ୍ଭୀର । ନଦୀ ପାଖକୁ ବଳଦ ଖୋଜିବାକୁ ଯାଇ ଘଟିଲା ଅଘଟଣ ।

କୂମ୍ଭୀର ଆଁ’ରେ ଚାଲିଗଲା ଜୀବନ । ନିଖୋଜ ବ୍ୟକ୍ତିଙ୍କ ନାମ ଶଙ୍କର । ଆଜି ଅପରାହ୍ନରେ ଶଙ୍କର ନିଜର ବଳଦକୁ ନଦୀ ପଠାରେ ଚାରିବା ପାଇଁ ଛାଡ଼ି ଦେଇ ରାସ୍ତା ଉପରେ ବସିଥିଲେ । କିଛି ସମୟ ପରେ ବଳଦକୁ ଘରକୁ ଆଣିବା ପାଇଁ ନଦୀ କୁଳରେ ବଳଦକୁ ବାଡେଇ ଆଣିବା ସମୟରେ ହରକଞ୍ଚ ଗଛ ମୂଳରେ ଛକିଥିବା କୁମ୍ଭୀର ଶଙ୍କରଙ୍କ ଗୋଡ଼କୁ କାମୁଡି ନଦୀକୁ ଟାଣି ନେଇ ଯାଇଥିଲା ।

ଅଭିଯୋଗ ହେବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ବନ ବିଭାଗ ପହଞ୍ଚି ଖୋଜାଖୋଜି କରୁଛି। ଗାଁର ଶଙ୍କର ସାମନ୍ତ ପ୍ରତି ଦିନ ଭଳି ନିଜ ର ବଳଦ କୁ ଚରାଇବା ପାଇଁ ଗାଁ ପାଖ ନଦୀ କୁଳ ରେ ଚରାଇ ଥାନ୍ତି । କିନ୍ତୁ ବଳଦ ଚରାଇବା ହେଲା କାଳ । କୁମ୍ଭୀର ମୁହଁ ରେ ଚାଲିଗଲା ଶଙ୍କରଙ୍କ ଜୀବନ ।

Get real time updates directly on you device, subscribe now.