Vastu Tips: ପୁରୁଣା କପଡ଼ାରେ ଘର ପୋଛିଲେ ଦେଖାଦେଇଥାଏ ବାସ୍ତୁ ଦୋଷ, ଘରେ ବୃଦ୍ଧି ହୋଇଥାଏ ନକାରାତ୍ମକ ଶକ୍ତି

ଓଡ଼ିଶା ଭାସ୍କର: କଥାରେ ଅଛି ସଫାସୁତୁରା ଘରେ ମାତା ଲକ୍ଷ୍ମୀଙ୍କ ବାସ ଥାଏ । ନିୟମିତ ଘରର ସ୍ୱଚ୍ଛତା ବଜାୟ ରହିଲେ ଘରେ ସକାରାତ୍ମକ ଉର୍ଜ୍ଜାର ସଞ୍ଚାର ହୋଇଥାଏ । ପରିବାର ସଦସ୍ୟଙ୍କ ମଧ୍ୟରେ ଭଲପାଇବା ବୃଦ୍ଧି ହେବା ସହ ଘରର ସୁଖ, ସମୃଦ୍ଧି ଓ ଶାନ୍ତିବୃଦ୍ଧି ହୋଇଥାଏ । କିନ୍ତୁ ଅଧିକାଂଶ ବ୍ୟକ୍ତି ଘର ସଫା କରିବା ପାଇଁ ପୁରୁଣା କପଡ଼ାର ବ୍ୟବହାର କରିଥାନ୍ତି । ଏହା ଘରେ ନକାରାତ୍ମକତା ବୃଦ୍ଧି କରିବାର ପ୍ରମୁଖ କାରଣ ଅଟେ । ଫଳରେ ଘରେ ବାସ୍ତୁଦୋଷ ଦେଖାଦେଇଥାଏ । ଫଳରେ ବ୍ୟକ୍ତିର ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ ।

ବାସ୍ତୁଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କୁ କେବେ ବି ପିନ୍ଧିଥିବା ପୁରୁଣା କପଡ଼ାରେ ଘର ପୋଛିବା ଉଚିତ ନୁହେଁ । କପଡ଼ାରେ ବ୍ୟକ୍ତି ଜଣଙ୍କ କୌଣସି ବସ୍ତ୍ର ବ୍ୟବହାର କରିବା ସମୟରେ ସେଥିରେ ବ୍ୟକ୍ତିର ଜୀବିତ ଉର୍ଜ୍ଜା ରହିଥାଏ । ଅନେକ ଦିନ ପର୍ଯ୍ୟନ୍ତ ବ୍ୟବହାର ନହୋଇଥିବା ପୁରୁଣା କପଡ଼ାରେ ଜୀବିତ ଉର୍ଜ୍ଜା ନକାରାତ୍ମକ ଉର୍ଜ୍ଜାରେ ପରିବର୍ତ୍ତିତ ହୋଇଥାଏ । ପୁରୁଣା କପଡ଼ାରେ ଘରେ ପୋଛା ଲଗାଇଲେ

୧. ଘରେ ଆର୍ଥିକ ସଂକଟ ଦେଖାଦେଇଥାଏ ।

୨. ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ପରିବାର ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ସମସ୍ୟର ସମ୍ମୁଖୀନ ହୋଇଥାନ୍ତି ।

୩. ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ, ଝଗଡ଼ା ଦେଖାଯିବା ସହ ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ ।

ମନେରଖନ୍ତୁ ଆପଣ କେବେ ପୁରୁଣା କପଡ଼ା ଦାନ କରିବାକୁ ଚାହୁଁଥିଲେ ପ୍ରଥମେ ଏହାକୁ ଲୁଣ ପାଣିରେ ଭଲରେ ସଫା କରନ୍ତୁ । ଏହା ଦ୍ୱାରା କପଡ଼ାରେ ଥିବା ନକାରାତ୍ମକ ଉର୍ଜ୍ଜା ନଷ୍ଟ ହୋଇଥାଏ ।

Get real time updates directly on you device, subscribe now.