(Video) ଢାବାରେ ନାନ୍-ରୁଟି ଖାଉଥିଲେ ସାବଧାନ! ମିଶୁଛି ଛେପ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ହୋଟେଲରେ କିମ୍ବା ଦୋକାନରେ ରୁଟି ପ୍ରସ୍ତୁତ ହେବା ସମୟର ଅନେକ ଭିଡିଓ ଭାଇରାଲ ହେଉଛି । କେତେବେଳେ ପରିସ୍ରା ତ କେତେବେଳେ ଛେପ ପକାଇ ରୋଟି ପ୍ରସ୍ତୁତ କରୁଛନ୍ତି ଦୋକାନୀ । ଏଭଳି ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ । ନାନ୍ କରିବା ସମୟରେ ଢାବା ମାଲିକ ଛେପ ପକାଉଥିବା ଦେଖାଯାଇଛି । ବାଗପତର ଏକ ନନଭେଜ ଢାବାରେ ଛେପ ପକାଇ ନାନ୍ ପ୍ରସ୍ତୁତ କରୁଥିବା ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ଏହାପରେ ଆକ୍ସନ ମୋଡକୁ ଆସିଛି ଖାଦ୍ୟ ସୁରକ୍ଷା ବିଭାଗ । ତେବେ ରୋଟି ପ୍ରସ୍ତୁତ କରୁଥିବା ବେଳେ ଦୋକାନୀ ଛେପ ପକାଉଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅକ୍ରୋଶ ଦେଖାଯାଇଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାପରେ ମାମଲା ଚର୍ଚ୍ଚାକୁ ଆସିଛି ।

ଏହାପରେ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ଦୋକାନରେ ରେଡ୍ କରି 20 କିଲୋଗ୍ରାମର ଛେପ ଅଟା ଜବତ କରି ନଷ୍ଟ କରିଥିଲେ । ଏହାସହିତ ମଇଦାର ଗୁଣାବତ୍ତା ପରୀକ୍ଷା ପାଇଁ ମଧ୍ୟ ପଠାଇଛନ୍ତି । ଢାଲା ମାଲିକ ବିରୋଧରେ ନୋଟିସ ଜାରି କରାଯାଇଛି । ଦିଲ୍ଲୀ-ସହାରନପୁର ହାଇଓ୍ବେରେ ଏହି ଢାବା ରହିଥିବା କାରଣରୁ ଏଠାରେ ଲୋକଙ୍କ ଭିଡ ମଧ୍ୟ ଜମୁଥିଲା । ତେବେ ଏହି ଘଟଣାରେ ଢାବା ମାଲିକଙ୍କୁ ପୋଲିସ ନୋଟିସ କରି ତଦନ୍ତ ଆରମ୍ଭ କରିଛି । ଏନେଇ ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି, ଏହି ଘଟଣାର ତଦନ୍ତ କରାଯାଉଛି । ଶୀଘ୍ର ଖୁଲାସା ହେବ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଖବର ସାମ୍ନାକୁ ଆସିଛି । ସର୍ବଦା ଖାଇବା ସମୟରେ ଗୁଣାବତ୍ତା ଯାଞ୍ଚ କରିବା ଜରୁରୀ ।

Get real time updates directly on you device, subscribe now.