ଗୁଆ ଘିଅରେ ମହାପ୍ରସାଦ.. ମୋଦୀଙ୍କୁ ସୁଆର ମହାସୁଆର ସେବାୟତ ନିଯୋଗର ଚିଠି

ପୁରୀ(ଓଡିଶା ଭାସ୍କର): ତିରୁପତି ଲଡୁ ବିବାଦ ପରେ ସାରା ଦେଶରେ ଘିଅକୁ ନେଇ ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏନେଇ ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଗତ 15 ତାରିଖରେ ଓମଫେଡ୍‌କୁ ମୁଖ୍ୟ ପ୍ରଶାସକ ଚିଠି ଲେଖିଥିଲେ । ଏହାରି ଭିତରେ ଆଜି ଓମଫେଡ ପରିବର୍ତ୍ତେ ଗୁଆଘିଅରେ ମହାପ୍ରସାଦ କରିବା ପାଇଁ ଚିଠି ହୋଇଛି । ଏନେଇ ସୁଆରମହାସୁଆର ନିଯୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ରହିଛି ଯେ, ଓମଫେଡ୍ ପରିବର୍ତ୍ତେ ଶୁଦ୍ଧ ଗୁଆ ଘିଅରେ ମହାପ୍ରଭୁଙ୍କର ମହାପ୍ରସାଦ ତିଆରି ହେଉ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅମୃତମଣୋହୀ ଜମିରେ ଗାଈ ଫାର୍ମ କରାଯାଉ । ମହାପ୍ରଭୁଙ୍କର ଗଚ୍ଛିତ ଅର୍ଥରେ ଗୋଶାଳା ଏବଂ ଡାଏରୀ ଫାର୍ମ କରିବା ପାଇଁ ମୋଦୀଙ୍କୁ ଚିଠି ଲେଖାଯାଇଛି ।  ତିରୁପତି ମଦିର ପ୍ରସାଦକୁ ନେଇ ବାବାଦ ଦେଖାଦେବା ପରେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇଛି ।

Get real time updates directly on you device, subscribe now.