ବହରାଇଚ ହିଂସା: ରାମଗୋପାଳ ମିଶ୍ରଙ୍କୁ ଗୁଳି କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର

ନୂଆଦିଲ୍ଲୀ: ବହରାଇଚର ମହସୀର ମହାରାଜଗଞ୍ଜ ଅଞ୍ଚଳରେ ଏବେ ସ୍ଥିତି ସ୍ୱାଭାବିକ ହୋଇଛି। କିନ୍ତୁ ଗୁରୁବାର ପୁଲିସ ଓ ଏସ୍ଟିଏଫ୍ ରାମ ଗୋପାଳ ମିଶ୍ରଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ଧରିଛନ୍ତି। ଉଭୟ ଅଭିଯୁକ୍ତ ନେପାଳ ଆଡ଼କୁ ପଳାଇଯିବାକୁ ଉଦ୍ୟମ କରିଥିବା କୁହାଯାଉଛି। ଏହାପରେ ପୁଲିସ ସହ ତାକୁ ଏନକାଉଣ୍ଟର କରିଥିଲା।

ରାମ ଗୋପାଳ ମିଶ୍ରଙ୍କ ହତ୍ୟା କାଣ୍ଡର ଅଭିଯୁକ୍ତ ସରଫରାଜକୁ ଏନକାଉଣ୍ଟର ହୋଇଛି। ପୁଲିସ ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ରିଙ୍କୁ ଓରଫ ସରଫରାଜ ଓ ତାଲିବଙ୍କୁ ଗୁଳି କରାକରାଯାଇଛି। ମୁଖ୍ୟ ଅଭିଯୁକ୍ତ ସରଫରାଜ ନେପାଳକୁ ଖସିଯିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ନେପାଳ ସୀମା ନିକଟସ୍ଥ ହାଣ୍ଡା ବାସେରୀ କେନାଲ ନିକଟରେ ଏହି ଏନକାଉଣ୍ଟର ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଅଭିଯୁକ୍ତ ସମ୍ପର୍କୀୟଙ୍କ ସହ ନେପାଳରୁ ଖସି ପଳାଇବାକୁ ଚେଷ୍ଟା କରୁଥିଲେ। ଉଭୟ ଏସ୍ଟିଏଫ୍ ଓ ପୁଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲେ। ଉଭୟ ଅଭିଯୁକ୍ତ ନେପାଳର ଖୋଲା ସୀମାରୁ ବାଇକ୍ ରେ ଯାଉଥିଲେ। ଏହାପରେ ପୁଲିସ ପକ୍ଷରୁ ଜବାବ ଦିଆଯାଇଥିଲା ଏବଂ ଏହି ସମୟରେ ଉଭୟ ଅଭିଯୁକ୍ତକୁ ପୁଲିସ ଗୁଳି କରିଥିଲା। ସୂଚନା ଅନୁଯାୟୀ, ଅଭିଯୁକ୍ତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ଅଭିଯୁକ୍ତର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଅଭିଯୁକ୍ତର ନେପାଳ ସହ ମଧ୍ୟ ସମ୍ପର୍କ ରହିଛି। ୟୁପି ପୋଲିସ ଏବଂ ଏସଟିଏଫ ମଧ୍ୟ ଏହି ମାମଲାରେ ନେପାଳ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ । ଅନ୍ୟପକ୍ଷରେ ଗୁରୁବାର ପଞ୍ଚମ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଗୁଜବଠାରୁ ଦୂରେଇ ରହିବା ସହ କୌଣସି ପ୍ରକାର ବିଭ୍ରାନ୍ତିକର ତଥ୍ୟଉପରେ ବିଶ୍ୱାସ ନ କରିବାକୁ ପୁଲିସ-ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Get real time updates directly on you device, subscribe now.