ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଲଢିବ AAP? ନଭେମ୍ବରରେ ପୁଣି ହେବ କଡ଼ା ଟକ୍କର! ଜାଣନ୍ତୁ ସମ୍ଭାବନା

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି । ଆସନ୍ତା ମାସ ୧୩ ଏବଂ ୨୦ ତାରିଖରେ ଝାଡ଼ଖଣ୍ଡରେ ନିର୍ବାଚନୀ ଲଢେଇ ଆରମ୍ଭ ହେବ । ତେବେ ଏହି ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଝାଡ଼ଖଣ୍ଡରେ ଆପ୍ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏ ନେଇ ଆମ୍ ଆଦମୀ ପାର୍ଟି କିମ୍ବା ପାର୍ଟିର ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ଆସନ୍ତା ମାସ ୧୩ ତାରିଖରୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଆରମ୍ଭ ହେବ । ନଭେମ୍ବର ୧୩ ଏବଂ ୨୦ ତାରିଖରେ ମତଦାନ କରିବେ ରାଜ୍ୟର ଭୋଟର । କିନ୍ତୁ ଏହି ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ଏଣ୍ଟ୍ରି ସମସ୍ତ ପ୍ରାର୍ତୀଙ୍କୁ ଚିନ୍ତାରେ ପକାଇଛି । ତେବେ ଆଗକୁ ରାଜଧାନୀ ଦିଲ୍ଲୀରେ ମଧ୍ୟ ନିର୍ବାଚନ ହେବାକୁ ଯାଉଛି । ତେଣୁ ପାର୍ଟି ନିଜ ସମସ୍ତ ଫୋକସ୍ ଦିଲ୍ଲୀ ଆସନ ହାତେଇବା ଉପରେ କେନ୍ଦ୍ରୀଭୂତ କରିବ ବୋଲି ଆଶା କରାଯାଉଛି । ଅର୍ଥାତ୍ ଦିଲ୍ଲୀ ଆସନ ହାତେଇବା ପାଇଁ ଆପ୍ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଲଢିବାର ସମ୍ଭାବନା ମଧ୍ୟ କମ୍ ରହିଛି ।

ରିପୋର୍ଟ ଅନୁସାରେ, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ କେତୋଟି ସିଟ୍ ପାଇଁ ନିର୍ବାଚନ ଲଢେଇ ହେବ, ସେ ନେଇ ନେତାଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । ଏ ନଇ ପାର୍ଟିର ଜଣେ ନେତା କହିଛନ୍ତି ଯେ, ଆମେ ହରିୟାଣା ଖୁବ କଷ୍ଟ କରିଛୁ ଏବଂ ଆଗକୁ ଦିଲ୍ଲୀରେ ମଧ୍ୟ ନିର୍ବାଚନ ହେବାକୁ ଯାଉଛି । ତେଣୁ ଆମର ସମସ୍ତ ଶକ୍ତି ଦିଲ୍ଲୀରେ ହିଁ ଲଗାଇବାକୁ ଚାହୁଁଛୁ ବୋଲି କହିଛନ୍ତି ପାର୍ଟି ଜଣେ ସଦସ୍ୟ ।

ତେବେ ବର୍ତ୍ତମାନ ସୁଦ୍ଧା ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ନିର୍ବାଚନରେ ଲଢିବା ନେଇ ଯୋଜନା ସମ୍ବନ୍ଧୀୟ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଯେଉଁ ସ୍ଥାନରେ ଉପଯୁକ୍ତ ପ୍ରାର୍ଥୀ ଏବଂ ଜନଶକ୍ତି ଥିବ, ସେଠାରେ ହିଁ ନିର୍ବାଚନ ଲଢିବ ବୋଲି କହିଛି ଆପ୍ । ସେମାନେ କେତେ ସିଟ୍ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ସେନେଇ ଦଳ ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବ ବୋଲି ଆପ୍ ନେତା କହିଛନ୍ତି। ମହାରାଷ୍ଟ୍ରରେ ମୁମ୍ବାଇ ଏବଂ ଏହାର ଆଖପାଖରେ ଆପ୍ ର ଆଧାର ରହିଥିବା ବେଳେ ଝାଡଖଣ୍ଡରେ ମଧ୍ୟ ସେ କିଛି ଆସନରେ ନିର୍ବାଚନ ଲଢିପାରିବେ ବୋଲି ଆପ୍ ନେତା କହିଛନ୍ତି ।

Get real time updates directly on you device, subscribe now.