ବେରୋଜଗାରୀଙ୍କୁ ମିଳିବ ୩,୫୦୦ ଟଙ୍କା ଭତ୍ତା! ଆପଣଙ୍କୁ ଆସିଛି କି ଏମିତି ମେସେଜ୍, ସାବଧାନ୍

ଓଡ଼ିଶା ଭାସ୍କର: ଦେଶର ସମସ୍ତ ବର୍ଗର ଲୋକମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ନୂଆ ନୂଆ ଯୋଜନା ଆଣୁଛନ୍ତି । ବିଭିନ୍ନ କ୍ଷେତ୍ରରେ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଅନେକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହା ଭିତରେ ଦେଶର ବେରୋଜଗାରୀ ସମସ୍ୟା ଏକ ବଡ଼ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଅନେକ ସମୟରେ ବେରୋଜଗାରୀଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି । ବର୍ତ୍ତମାନ ସମସ୍ତ ବେରୋଜଗାର ବ୍ୟକ୍ତିଙ୍କୁ ମାସିକ ୩,୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ସୂଚନା ମିଳୁଛି । ସମସ୍ତଙ୍କ ମୋବାଇଲକୁ ଏ ନେଇ ମେସେଜ ଆସିଛି । ଏଭଳି ଏକ ଯୋଜନାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ।

ସୋସିଆଲ ମିଡିଆରେ ଏକ ଲିଙ୍କ ସହ ଏକ ମେସେଜ ଖୁବ ଭାଇରାଲ ହେଉଛି । ଏଥିରେ କୁହାଯାଇଛି ଯେ, ବେରୋଜଗାର ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏକ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାର ନାମ ହେଉଛି ‘ପ୍ରଧାନମନ୍ତ୍ରୀ ବେରୋଜଗାର ଭତ୍ତା ଯୋଜନା । ଯୋଜନା ଅଧୀନରେ ସମସ୍ତ ବେରୋଜଗାରଙ୍କୁ ମାସିକ ୩,୫୦୦ ଟଙ୍କା ପ୍ରଦାନ କରାଯିବ । ଏହି ମେସେଜ ସହିତ ଏକ ଲିଙ୍କ ମଧ୍ୟ ଦିଆଯାଉଛି । ଏହି ଲିଙ୍କ ସାହାଯ୍ୟରେ ପ୍ରାର୍ଥୀ ନାମ ପଞ୍ଜୀକରଣ କରିପାରିବେ । ଏହି ମେସେଜରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ବେରୋଜଗାରୀ ଭତ୍ତା ଯୋଜନା-୨୦୨୨ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇସାରିଛି । ଏହି ଯୋଜନାରେ ବେରୋଜଗାର ଯୁବକମାନଙ୍କୁ ମାସିକ ୩,୫୦୦ ଟଙ୍କା ଦିଆଯିବ । ତେଣୁ ନିଜ ମୋବାଇଲରେ ରେଜିଷ୍ଟ୍ରସନ୍ ଲିଙ୍କ ଉପରେ କ୍ଲିକ କରନ୍ତୁ ।

ତେବେ ସାବଧାନ୍! ଏଭଳି ମେସେଜରେ ଆସୁଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ । ଏସବୁ ଲିଙ୍କ ନକଲି ଏବଂ ସାଇବର ଲୁଟେରାଙ୍କ ମାୟାଜାଲ ହୋଇପାରେ । ଏ ନେଇ ପିଆଇବି ତରଫରୁ ଏକ ପୋଷ୍ଟ କରାଯାଇ ଏହାର ସ୍ପଷ୍ଟତା ପ୍ରକାଶ କରାଯାଇଛି । ଭାରତ ସରକାରଙ୍କ ତରଫରୁ ଏଭଳି କୌଣସି ଯୋଜନା ପ୍ରଣୟନ କରାଯାଇ ନାହିଁ । ତେଣୁ କୌଣସି ସନ୍ଦିଗ୍ଧ ଲିଙ୍କ ଉପରେ କ୍ଲିକ କରିବା ପୂର୍ବରୁ ସାବଧାନ ରହିବାକୁ ପରାମର୍ଶ ଦେଇଛି ପିଆଇବି । ଏହାର କିଛି ଦିନ ପୂର୍ବରୁ ସରକାର ମାଗଣା ମୋବାଇଲ ଏବଂ ୱାସିଂ ମେସିନ୍ ଇତ୍ୟାଦି ସେଉଥିବା ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେଉଥିଲା ।

Get real time updates directly on you device, subscribe now.