Galaxy A16 5G ଲଞ୍ଚ କଲା ସାମସଙ୍ଗ: ୬ ବର୍ଷ ପର୍ଯ୍ୟନ୍ତ ନୂଆ ଫିଚର୍ସ ବ୍ୟବହାର କରିପାରିବେ ୟୁଜର୍ସ

ନୂଆଦିଲ୍ଳୀ: ସାମସଙ୍ଗ ନିଜର ନୂଆ ବଜେଟ ସ୍ମାର୍ଟଫୋନକୁ ବଜାରକୁ ଆଣିଛି । କମ୍ପାନୀ ଗାଲାକ୍ସୀ ଏ୧୬ ୫ଜିକୁ ଲଞ୍ଚ କରିଛି । ଏହା ଏ-ସିରିଜର ପ୍ରଥମ ଫୋନ ହୋଇଥିବା ବେଳେ ୬ ବର୍ଷ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଅପଡେଟ୍ ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଅର୍ଥାତ ଏହି ଫୋନକୁ କିଣିବା ପରେ ୬ ବର୍ଷ ପର୍ଯ୍ୟନ୍ତ ଗ୍ରାହକମାନେ ନୂଆ ଫିଚର୍ସକୁ ବ୍ୟବହାର କରିପାରିବେ । ୨୦ ହଜାର ଟଙ୍କାରୁ କମ୍ ଦାମରେ ଗ୍ରାହକମାନେ ସାମସଙ୍ଗର ଏହି ଫୋନକୁ କିଣିପାରିବେ ।

ନିକଟରେ ଗ୍ଲୋବାଲ ମାର୍କେଟରେ ସାମସଙ୍ଗ ଗାଲାକ୍ସୀ ଏ୧୬ ୫ଜିକୁ ଲଞ୍ଚ କରିଥିବା ବେଳେ ଏବେ ତାହାକୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏଥିରେ ଗ୍ରାହକଭ୍କୁ ୬.୭ ଇଞ୍ଚର ଡିସପ୍ଲେ ମିଳିବା ସହିତ ତାହା ୯୦ଏଚଜେଡ ରିଫ୍ରେଶ ରେଟ ସପୋର୍ଟ ସହ ଆସୁଛି । ଏଥିରେ ଆଇପି୫୪ ରେଟିଂ ମିଳିବ, ତା’ର ଅର୍ଥ ହେଉଛି ଡଷ୍ଟ ଓ ୱାଟର ରେଜିଷ୍ଟାନ୍ସ । ସ୍ମାର୍ଟଫୋନ ମେଡିଆଟେକ ଡାଇମେନସିଟି ୬୩୦୦ ପ୍ରପେସର ଉପରେ କାମ କରିଥାଏ । ଏଥିରେ ୮ଜିବି ରାମ ଓ ୨୫୬ ଜିର ଷ୍ଟୋରେଜ୍ ମିଳିଥାଏ । ଫୋନରେ ୮ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ୍ ଭାରିଆଣ୍ଟ ରହିଛି । ୧୮,୯୯୯ ଟଙ୍କାରେ ଏହାକୁ ଲଞ୍ଚ କରାଯାଇଛି । ସେହିପରି ୮ଜିବି ରାମ ସହିତ ୨୫୬ ଜିବି ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୨୦,୯୯୯ ଟଙ୍କା ରହିଛି । ବ୍ଲୁ, ବ୍ଲାକ, ଗୋଲ୍ଡ ଓ ଲାଇଟ ଗ୍ରୀନରେ ଏହି ଫୋନକୁ ଲଞ୍ଚ କରାଯାଇଛି । ସାମସଙ୍ଗର ଅଫିସିଆଲ ୱେବସାଇଟ୍, ଆମାଜନ, ଫ୍ଲିପକଟ ଓ ଅନ୍ୟ ରିଟେଳ ପାର୍ଟନରଙ୍କ ଠାରୁ ଏହାକୁ କ୍ରୟ କରିହେବ । ଏକ୍ସିସ ବ୍ୟାଙ୍କ ଓ ଏସବିଆଇ କାର୍ଡ ଉପରେ ଏକ ହଜାର ଟଙ୍କାର ରିହାତି ମିଳିବ ।

Get real time updates directly on you device, subscribe now.