ଅସନ୍ତୋଷ ଝାଡୁଛନ୍ତି ବିଜେଡି ନେତା, କାହିଁକି ହାରିଲା ଦଳ? କହିଦେଲେ ପଦ୍ମନାଭ

ଓଡିଶା ଭାସ୍କର: ବିଜେଡି ପରାଜୟର ମାଟି କାମୁ଼ଡୁଥିବା ବେଳେ ଜଣ ଜଣ କରି ନେତା ଦଳ ଛାଡୁଛନ୍ତି । ଏହାରି ଭିତରେ ନେତାମାନଙ୍କର ତୁଣ୍ଡ ବୋଲ ମାନୁନଥିବା ଦେଖାଯାଉଛି । ଘର ଢିଙ୍କି କୁମ୍ଭୀର ଭଳି କିଛି ନେତା ଦଳରେ ରହି ମଧ୍ୟ ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଦଳ ପ୍ରତି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।  ସମସ୍ତେ ପାଣ୍ଡିଆନକୁ ଦୋଷ ଦେଉଥିବା ବେଳେ ପାଟି ଖୋଲୁନାହାନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ଚୁପ୍ ରହିବାକୁ ନେଇ ବର୍ତ୍ତମାନ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାରି ଭିତରେ ଆଜି ବିଜେଡିର ବରିଷ୍ଠ ନେତା ପଦ୍ମନାଭ ବେହେରା ମୁହଁ ଖୋଲିଛନ୍ତି । ସେ ବିଜେଡି ହାରିବା ପାଇଁ 4ଟି କାରଣ ଦାୟୀ ବୋଲି ସେ କହିଛନ୍ତି ।

ବରିଷ୍ଠ ନେତା ପଦ୍ମନାଭ ବେହେରା କହିଛନ୍ତି, “ନିର୍ବାଚନରେ 4ଟି କାରଣ ପାଇଁ ହାରିଲୁ । ପ୍ରାର୍ଥୀ, ଦଳର ସଭାପତି, କର୍ମକର୍ତ୍ତା ଏବଂ ପାଣ୍ଠି ପାଇଁ ଦଳ ହାରିଲା । ଆମର ଇସ୍ତାହାର ଠାରୁ ବିଜେପିର ଇସ୍ତାହାର ଲୋକଙ୍କୁ ଆକର୍ଷିତ କରିଥିଲା । ସୁଭଦ୍ରା ଯୋଜନା, ଏମଏସପି 31 ଶହ ଟଙ୍କା, ମାଗଣା ବିଜୁଳି ଭଳି ବଡ ବଡ ପ୍ରତିଶୃତି ଦେଇଥିଲେ । ଆମର(ବିଜେଡି) ଇସ୍ତାହାର ପ୍ରସ୍ତାବ କିଛି ଗ୍ରହଣ ହେଲା କିଛି ହେଲାନି । ଭାବୁଛୁ ନବୀନ ବାବୁ ଆଉ ଟିକେ ପ୍ରଚାର କରିଥିଲେ ଭଲ ହୋଇଥାନ୍ତା । ଯିଦ ମତାମତ କଥା କହିବି ତାହେଲେ ଅମର ଶତପଥୀ ଏବଂ ପ୍ରସନ୍ନ ପାଟ୍ଟଶାଣୀ ତାଙ୍କ ବ୍ୟକ୍ତିଗତ ମତ ଦେଇଛନ୍ତି । ”

Get real time updates directly on you device, subscribe now.