ଅଷ୍ଟ୍ରେଲିଆ ବିପକ୍ଷରେ Comeback କରିବେ ଇଶାନ: ଖେଳିବେନି ରୋହିତ! ସିରିଜ ପାଇଁ ଦଳ ଘୋଷଣା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ ଇଣ୍ଡିଆ ଦଳ ଘୋଷଣା କରିସାରିଛି । ଟିମ ଇଣ୍ଡିଆର ବିସ୍ଫୋରକ ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କୁ ଦଳରେ ସୁଯୋଗ ଦେଇଛି ଭାରତୀୟ ଚୟନ କମିଟି । ଦୀର୍ଘ ଦିନରୁ ଭାରତୀୟ ଦଳରୁ ବାହାରେ ରହିବା ପରେ ପୁଣିଥରେ କମବ୍ୟାକ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ଇଶାନ୍ କିଶାନ୍ । ଅଷ୍ଟ୍ରେଲିଆ ଗସ୍ତରେ ଭାରତ-ଏ ଟିମରେ ଇଶାନ କିଶାନଙ୍କୁ ସାମିଲ କରାଯାଇଛି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିବା ପରେ ଇଶାନ କିଶାନଙ୍କୁ ଏହି ଦଳରେ ସ୍ଥାନ ଦିଆଯାଇଛି ।

ଇଶାନ କିଶାନଙ୍କ ବ୍ୟତୀତ ଋତୁରାଜ ଗାଏକ୍ୱାଡ, ଅଭିମନ୍ୟୁ ଈଶ୍ୱରନ୍ ଏବଂ ସାଇ ସୁଦର୍ଶନଙ୍କୁ ମଧ୍ୟ ବିକଳ୍ପ ଓପନର ଭାବରେ ଦଳରେ ସ୍ଥାନ ଦେଇଛି ବୋର୍ଡ । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ଜଣେ ବିକଳ୍ପ ଓପନରଙ୍କୁ ସୁଯୋଗ ଦେବାକୁ ହେବ । କାରଣ ଅଧିନାୟକ ତଥା ଷ୍ଟାର ଓପନର ରୋହିତ ଶର୍ମା ପ୍ରଥମ କିଛିଟା ମ୍ୟାଚରୁ ବାଦ୍ ରହିପାରନ୍ତି ବୋଲି ସଂକେତ ଦେଇଛନ୍ତି । ତେଣୁ ଭାରତୀୟ ଦଳରେ ଜଣେ ରିଜର୍ଭ ଓପନରଙ୍କ ଆବଶ୍ୟକତା ରହିବ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଏ ଟିମର ଏହି ଗସ୍ତ ଭାରତୀୟ ଦଳ ପାଇଁ ଏକ ପରୀକ୍ଷା ଭଳି ହେବ । ଏହି ଗସ୍ତରେ କିଛି ଖେଳାଳିଙ୍କ ବିକଳ୍ପ ପ୍ଲେୟର ଭାବରେ ଦଳରେ ସାମିଲ କରିବାକୁ ସୁଯୋଗ ମିଳିପାରିବ ।

ଦେବଦତ୍ତ ପାଡିକ୍କଲ, ବି ଇନ୍ଦ୍ରଜିତ ଏବଂ ରିକି ଭୁଇ ଇଣ୍ଡିଆ ଏ ଟିମ ଇଣ୍ଡିଆର ମଧ୍ୟକ୍ରମରେ ସ୍ଥାନରେ ପାଇଛନ୍ତି । ସେହିପରି ଟିମରେ ୱିକେଟ କିପର ଭାବରେ ଇଶାନ କିଶାନ ଏବଂ ଅଭିଷେକ ପୋରେଲଙ୍କୁ ସ୍ଥାନ ଦିଆଯାଇଛି । ଏହାବ୍ୟତୀତ ନୀତିଶ କୁମାର ରେଡ୍ଡୀ, ତନୁଷ କୋଟିୟନ ଏବଂ ମାନବ କୁମାର ଦଳରେ ଅଲରାଉଣ୍ଡର ଭାବରେ ସୁଯୋଗ ପାଇଛନ୍ତି । ତେବେ ଏହି ଦଳରେ ବୋଲର ଭାବରେ ମୁକେଶ କୁମାରଙ୍କ ସହ ନବଦୀପ ସୈନୀ, ଖଲୀଲ ଅହମଦ ଏବଂ ୟଶ ଦୟାଲଙ୍କୁ ସ୍ଥାନ ମିଳିଛି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା କିଛି ଖେଳାଳିଙ୍କୁ ଏହି ଦଳରେ ଚୟନ କରାଯାଇଛି ।

ଆସନ୍ତା ଅକ୍ଟୋବର ୩୧ ତାରିଖରେ ମେକାୟ ଏବଂ ନଭେମ୍ବର ୭ ତାରିଖରେ ଅଷ୍ଟ୍ରେଲିଆ ଏ ବିପକ୍ଷରେ ୪ ଦିବସୀୟ ମ୍ୟାଚ୍ ଖେଳିବ ଟିମ ଇଣ୍ଡିଆ । ଏହାପରେ ନଭେମ୍ବର ୧୫ ତାରିଖରେ ପର୍ଥରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟେରେ ଏକ ୱାର୍ମ-ଅପ୍ ମ୍ୟାଚ୍ ଖେଳାଯିବ । ଏହାପରେ ନଭେମ୍ବର ୨୨ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ତେବେ ଏହି ସିରିଜର ପ୍ରଥମ ୨ଟି ମ୍ୟାଚରେ ଅଧିନାୟକ ରୋହିତ ଅନୁପସ୍ଥିତ ରହିପାରନ୍ତି ।

Get real time updates directly on you device, subscribe now.