Retirement ପରେ ବି କର୍ମଚାରୀଙ୍କୁ ମିଳିବ ଚାକିରି: ଭାରତୀୟ ରେଲୱେରେ ଏହିମାନଙ୍କୁ ସୁଯୋଗ ଦେବେ ସରକାର

ନୂଆଦିଲ୍ଲୀ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ପବିତ୍ର ଉତ୍ସବ ପୂର୍ବରୁ ଭାରତର ରେଲୱେ କର୍ମଚାରୀଙ୍କ ପାଇଁ ଏକ ବମ୍ପର ଉପହାର ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ଏଣିକି ଅବସର ନେଇ ସାରିଥିବା କର୍ମଚାରୀମାନଙ୍କୁ ପୁଣିଥରେ ନିଯୁକ୍ତି କରାଇବା ପାଇଁ ଯୋଜନା କରୁଛି ଭାରତୀୟ ରେଲୱେ । ପୁଣିଥରେ ଆବେଦନ କରି ଏହି କ୍ଷେତ୍ରରେ ଚାକିରି ପାଇପାରିବେ ଅବସରପ୍ରାପ୍ତ କର୍ମଚାରୀ । ଚାକିରି ଜୀବନରୁ ବିଦାୟ ନେଇ ସାରିଥିବା କର୍ମଚାରୀ ରେଲୱେରେ ସୁପର ଭାଇଜର ଏବଂ ଟ୍ରାକ ମ୍ୟାନ୍ ଆଦି ପଦବୀ ପାଇଁ ଆବେଦନ କରିପାରିବେ । ତେବେ ରେଲୱେ ବିଭାଗରେ କର୍ମଚାରୀଙ୍କ ଅଭାବ ପୂରଣ କରିବାକୁ ଏହି ନିୟମ ଲାଗୁ ହୋଇଛି ।

ରିପୋର୍ଟ ଅନୁସାରେ, ଏହି ଚାକିରି ଏକ୍ତସଟେନସନ୍ ଅପ୍ସନ ସହ ୨ ବର୍ଷ ପର୍ଯ୍ୟନ୍ତ ରହିଥାଏ । ସମସ୍ତ ରେଲୱେ ଜୋନ୍ ର ଜେନେରାଲ ମ୍ୟାନେଜର ଅବସର ନେଇଥିବା କର୍ମଚାରୀମାନଙ୍କ ମଧ୍ୟ ଯୋଗ୍ୟ କର୍ମଚାରୀଙ୍କୁ ଚୟନ କରାଯାଇ ନିଯୁକ୍ତି ପ୍ରଦାନ କରାଯିବ । ତେବେ ଭାରତୀୟ ରେଲୱେ ଷ୍ଟାଫର ଅଭାବ ସମସ୍ୟା ଦୂର କରିବା ପାଇଁ ୬୫ ବର୍ଷରୁ କମ୍ ବୟସର ଅବସରପ୍ରାପ୍ତ କର୍ମଚାରୀଙ୍କ ପୁଣିଥରେ ନିଯୁକ୍ତି ଦିଆଯିବ । ଏହି ଯୋଜନା ଅଧୀନରେ ୬୫ ବର୍ଷରୁ କମ୍ ବୟସର କର୍ମଚାରୀ ସୁପରଭାଇଜର କିମ୍ବା ଟ୍ରାକ ମ୍ୟାନ୍ ପଦ ପାଇଁ ଆବେଦନ କରିପାରିବେ । ତେଣୁ ସେମାନଙ୍କୁ ମେଡିକାଲ ଫିଟନେସ ସହିତ ଗତ ୫ ବର୍ଷରେ କମର ରେଟିଙ୍ଗ ଆଧାରରେ ଭର୍ତ୍ତି ମିଳିପାରିବ ।

ସୂଚନା ଅନୁସାରେ, କର୍ମଚାରୀଙ୍କ ଅଭାବ ଦୂର କରିବାକୁ ରେଲୱେ ବୋର୍ଡ ୨୫,୦୦୦ ପଦରେ ନିଯୁକ୍ତି ଅଭିଯାନ ଆରମ୍ଭ କରିଛି । ଏହାବ୍ୟତୀତ ଅବସରପ୍ରାପ୍ତ ରେଲୱେ କର୍ମଚାରୀଙ୍କୁ ପୁଣି ଥରେ ନିଯୁକ୍ତି ଦେବା ସହ ଖାଲି ରହିଥିବା ପଦଗୁଡ଼ିକୁ ଅସ୍ଥାୟୀ ଭାବରେ ପୂରଣ କରାଯିବା ନେଇ ଯୋଜନା କରାଯାଇଛି ।

ଦିନକୁ ଦିନ ବୃଦ୍ଧି ପାଉଥିବା ଟ୍ରେନ୍ ଦୁର୍ଘଟଣା ଏବଂ କର୍ମଚାରୀଙ୍କ ଅଭାବକୁ ଦୃଷ୍ଟିରେ ରଖି ରେଳ ବୋର୍ଡ ଏହି ନିଷ୍ପତ୍ତି ନେଇଛି। କେବଳ ଉତ୍ତର-ପଶ୍ଚିମ ରେଳବାଇରେ ୧୦ ହଜାରରୁ ଅଧିକ ପଦବୀ ଖାଲି ଅଛି ଯେଉଁଥିପାଇଁ ଆମେ ଟ୍ରେନ୍ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଛି ରେଲୱେ। ଏ ନେଇ ବୋର୍ଡ କହିଛି ଯେ, ସୁପରଭାଇଜର ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଲୋକମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁଣିଥରେ ନିଯୁକ୍ତି ଦେବା ଆବଶ୍ୟକ।

Get real time updates directly on you device, subscribe now.