୭୫୧ଟି DEO, ଜୁନିୟର ଆସିଷ୍ଟାଣ୍ଟ ପଦ ପାଇଁ ନୋଟିଫିକେସନ: ମାସିକ ବେତନ ୯୨ ହଜାର ପର୍ଯ୍ୟନ୍ତ

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଯୁକ୍ତଦୁଇ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ଏହି ପଦରେ ଚୟନ ହେବା ପରେ ପ୍ରାର୍ଥୀଙ୍କୁ ୯୨ ହଜାର ଟଙ୍କାରୁ ଅଧିକ ମାସିକ ବେତନ ମିଳିବ । କନିଷ୍ଠ ସହାୟକ, ଡାଟା ଏଣ୍ଟ୍ରି ଅପରେଟର (ଡିଇଓ), କମ୍ପ୍ୟୁଟର ଆସିଷ୍ଟାଣ୍ଟ-କମ-ରିସେପସନିଷ୍ଟ, ରିସେପସନିଷ୍ଟ, ମେଟ, ସୁପରଭାଇଜର ଓ ହାଉସିଂ ଇନ୍ସପେକ୍ଟର ଆଦି ପଦ ପୂରଣ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ଯେ କୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନର ଯୁକ୍ତଦୁଇ ପାସ୍ କରିଥିବା ପ୍ରାର୍ଥୀମାନେ ଏହି ପଦରେ ଅବେଦନ କରିପାରିବେ । କିଛି ପଦ ପାଇଁ ପ୍ରାର୍ଥୀଙ୍କର ଟାଇପିଂ ଦକ୍ଷତା ରହିଥିବା ଜରୁରୀ । ଚଳିତ ବର୍ଷ ଜୁଲାଇ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୪୨ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ତେବେ ସଂରକ୍ଷଣ ନିୟମ ଅନୁସାରେ ପ୍ରାର୍ଥୀଙ୍କୁ ବୟସ କ୍ଷେତ୍ରରେ କୋହଳ କରାଯିବ । ଏହି ସମସ୍ତ ପଦରେ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ନୋଟିଫିକେସନକୁ ଭଲ ଭାବେ ପଢ଼ିବା ଜରୁରୀ । https://uksssc.co.in/ ଅଫିସିଆଲ ୱେବସାଇଟକୁ ଯାଇ ପ୍ରାର୍ଥୀମାନେ ଆବେଦନ କରିପାରିବେ । ପ୍ରାର୍ଥୀଙ୍କର ବେତନ ହାର ପେ-ଲେବଲ ଅନୁସାରେ ୨୯,୨୦୦ ଟଙ୍କାରୁ ୯୨,୩୦୦ ଟଙ୍କା ରହିବ । ଉତ୍ତରାଖଣ୍ଡ ଅଧସ୍ତନ ସେବା କର୍ମଚାରୀ ଚୟନ ଆୟୋଗ (ୟୁକେଏସଏସଏସସି) ତରଫରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.