କିରୋସିନି ଢ଼ାଳି ଦେହରେ ନିଆଁ ଲଗାଇଲେ ସ୍ତ୍ରୀ, ବଞ୍ଚାଇବାକୁ ଯାଇ ଜଳିଗଲେ ସ୍ବାମୀ

ନୂଆଦିଲ୍ଲୀ: ବାଲେଶ୍ବର ସୋରରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ବଞ୍ଚାଇବାକୁ ଯାଉଯାଉ ଜଳିଗଲା ସ୍ବାମୀ । ସୋରଥାନା ଜଡିଦା ପଞ୍ଚାୟତ ଆଡିଆ ଗାଁରେ ଘଟିଛି ଏହି ଘଟଣା । ତେବେ ଏହି ଘଟଣାରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣ ପାଇଁ ଏତେ ବଡ ଦୁର୍ଘଟଣା ଘଟିଗଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ସ୍ବାମୀଙ୍କ ନାମ ଶଶିକାନ୍ତ ମହାରଣା ହୋଇଥିବା ବେଳେ ସ୍ତ୍ରୀଙ୍କ ନାମ ଭାନୁମତି ମହାରଣା ।

ଖବର ଅନୁସାରେ, ଶଶିକାନ୍ତ ଏବଂ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ବଚସା ଦେଖାଯାଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ଏହାପରେ ଭାନୁମତି ହଠାତ୍ ରାଗିଯାଇ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଏହାପରେ ଶଶିକାନ୍ତ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିବା ବେଳେ ନିଜେ ମଧ୍ୟ ଜଳିଯାଇଥିଲେ । ତେବେ ଚିତ୍କାର ଶୁଣି ପାଖ ପୋଡଶୀ ଦୌଡି ଆସିଥିବା ବେଳେ ଦୁହିଁଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ସୋରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି ।