OCS-2023 ପ୍ରିଲିମିନାରୀ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କଲା OPSC: ଅକ୍ଟୋବର ୨୭ରେ ହେବ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ)-୨୦୨୩ ପାଇଁ ଆଡମିଟ୍ କାର୍ଡ ଜାରି କରିଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) । ଆସନ୍ତା ୨୭ ତାରିଖରେ ଓସିଏସ-୨୦୨୩ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ପ୍ରାର୍ଥୀଙ୍କୁ ନିଜର ପିପିଏସଏଏନ ଓ ଜନ୍ମତାରିଖ ଦାଖଲ କରିବାକୁ ପଡ଼ିବ । ପ୍ରିଲିମିନାରୀ ପରୀକ୍ଷାକୁ ନେଇ ନିକଟରେ ଓପିଏସଏସି ପକ୍ଷରୁ ଟାଇମ୍ ଟେବୁଲ୍ ଜାରି କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଆସନ୍ତା ୨୭ ତାରିଖ (ରବିବାର) ଦିନ ଦୁଇଟି ଶିଫ୍ଟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ଶିଫ୍ଟରେ ଜେନେରାଲ ଷ୍ଟଡିଜ ପେପର-୧ ପରୀକ୍ଷା ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ଶିଫ୍ଟରେ ଜେନେରାଲ ଷ୍ଟଡିଜ ପେପର-୨ ପରୀକ୍ଷା ଦ୍ୱିପ୍ରହର ୧.୩୦ରୁ ୩.୩୦ ପର୍ଯ୍ୟନ୍ତ ଚାଲିବ । ପେପର-୧ରେ ୧୦୦ଟି ମଲ୍ଟିପୁଲ ଚଏସ୍ ପ୍ରଶ୍ନ ଓ ପେପର-୨ରେ ୮୦ଟି ମଲ୍ଟିପୁଲ ଚଏସ୍ ପ୍ରଶ୍ନ ରହିବ । ପେପର-୧ ପାଇଁ ସବଜେକ୍ଟ କୋଡ୍ ୦୧ ରହିଥିବା ବେଳେ ପେପର-୨ ପାଇଁ ୦୨ ରହିଛି ।

ଲିଙ୍କ: https://opscechayan.in/#/auth/admitcard-by-applicationno

Get real time updates directly on you device, subscribe now.