EPFO ନିୟମ ବଦଳିଲା: ଜୀବନ ବୀମା କବର ବଢ଼ିଲା, ଗ୍ରାହକଙ୍କୁ ମିଳିବ ୭ ଲକ୍ଷ ପର୍ଯ୍ୟନ୍ତ ବୀମା ସୁବିଧା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଆସିଛି ଏକ ବଡ଼ ଖବର । କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ଅଧିନରେ ଇନସ୍ୟୁରାନ୍ସ ନିୟମରେ ପରିବର୍ତ୍ତନ କରାଯାଇଛି । କର୍ମଚାରୀଙ୍କ ସାମାଜିକ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସେମାନଙ୍କୁ ପିଏଫ ଓ ଇଏସଆଇସି ସୁବିଧା ପ୍ରଦାନ କରାଯାଇଥାଏ । ଏହା ମଧ୍ୟରେ ଇପିଏଫଓ କର୍ମଚାରୀ ଜମା ଲିଙ୍କଡ ବୀମା (ଇଡିଏଲଆଇ ଯୋଜନା ଅଧିନରେ ବୃଦ୍ଧି ହୋଇଥିବା ଜୀବନ ବୀମା କଭରକୁ ବୃଦ୍ଧି କରିଛି ।

ଡିଏଲଆଇ ଅଧିନରେ ବଢ଼ାଯାଇଥିବା ବୀମା ଲାଭ ଜାରି ରହିବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମଣ୍ଡାଭିୟା ଘୋଷଣା କରିଛନ୍ତି । ଏହାଦ୍ୱାରା ୬ କୋଟିରୁ ଅଧିକ ଇପିଏଫଓ ସଦସ୍ୟଙ୍କ ପାଇଁ ୭ ଲକ୍ଷ ପର୍ଯ୍ୟନ୍ତ ଜୀବନ ବୀମା ସୁନିଶ୍ଚିତ ହେବ ।
ଗତ ଏପ୍ରିଲ ୨୮ ତାରିଖ ତାରିଖରୁ ଏହା ପ୍ରଭାବୀ ହୋଇଛି । କର୍ମଚାରୀଙ୍କ ମୃତ୍ୟୁ ସ୍ଥିତିରେ ସେମାନଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଆକାରରେ ୭ ଲକ୍ଷ ପର୍ଯ୍ୟନ୍ତ ଜୀବନ ବୀମା କଭର ସୁବିଧା ମିଳିଥାଏ । ଇପିଏଫଓର ସମସ୍ତ ସଦସ୍ୟଙ୍କୁ ଏହି ଫାଇଦା ମିଳିଥାଏ । ଇଡିଏଲଆଇ ଯୋଜନା ମହତ୍ୱପୂର୍ଣ୍ଣ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ । ନିଯୁକ୍ତିଦାତାଙ୍କ ପାଇଁ ଓ କର୍ମଚାରୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଇଏସଆଇସିର ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଇଏସଆଇସି ଯୋଗ୍ୟ କର୍ମଚାରୀଙ୍କୁ ଚିକିତ୍ସା ଲାଭ, ରୋଗ ସମୟରେ ଲାଭ ଓ ମାତୃତୃ ଛୁଟି ପ୍ରଦାନ କରିଥାଏ ।

Get real time updates directly on you device, subscribe now.