ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିଲା: ବଡ଼ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା (ଡିଏ) । ଏନେଇ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ଏବେ ଅନେକ ସରକାରୀ କର୍ମଚାରୀ ଓ ପେନସନଭୋଗୀ ବିଶେଷ ଭାବେ ଉପକୃତ ହେବେ । ପୂର୍ବରୁ ମହଙ୍ଗା ଭତ୍ତା ୫୦ ପ୍ରତିଶତ ରହିଥିବା ବେଳେ ଏବେ ୩ ପ୍ରତିଶତ ବୃଦ୍ଧି ହେବା ଫଳରେ ତାହା ୫୩ ପ୍ରତିଶତରେ ପହଞ୍ଚି ଯାଇଛି । ଚଳିତ ବର୍ଷ ଜୁଲାଇ ମାସ ୧ ତାରିଖରୁ ଏହି ମହଙ୍ଗା ଭତ୍ତା ବୃଦ୍ଧି ପିଛିଲା ଭାବେ ଲାଗୁ ହେବ ବୋଲି କୁହାଯାଇଛି ।

ସୂଚନା ମୁତାବକ, ରାଜ୍ୟର ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହି ବୃଦ୍ଧି ଗତ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ ଓ କର୍ମଚାରୀମାନେ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ଏହି ରାଶି ପାଇବେ । ସେହିପରି ପେନସନଧାରୀଙ୍କ ଟି.ଆଇରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି । ରାଜ୍ୟର ସାଢ଼େ ୭ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଧାରୀ ଏହି ଘୋଷଣା ଦ୍ୱାରା ବିଶେଷ ଭାବେ ଉପକୃତ ହେବେ ।

Get real time updates directly on you device, subscribe now.