ମହିଳା ଟି-୨୦ ବିଶ୍ୱକପ ‘ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ଘୋଷଣା କଲା ଆଇସିସି: ସ୍ଥାନ ପାଇଲେ ଜଣେ ମାତ୍ର ଭାରତୀୟ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ମହିଳା ଟି-୨୦ ବିଶ୍ୱକପ ‘ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ଘୋଷଣା କରାଯାଇଛି । ସାରା ବିଶ୍ୱରୁ ବିଭିନ୍ନ ମୋଟ ୧୨ ଜଣ ଖେଳାଳି ଏଥିରେ ସ୍ଥାନ ପାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଆଇସିସିର ଏହି ବିଶ୍ୱସ୍ତରୀୟ ଟିମରେ ଜଣେ ଭାରତୀୟ ମହିଳା କ୍ରିକେଟର ସ୍ଥାନ ପାଇଛନ୍ତି । ଏକମାତ୍ର ଭାରତୀୟ ଖେଳାଳି ଭାବେ ହରମନପ୍ରୀତ କୌର ସ୍ଥାନ ପାଇଥିବା ବେଳେ ଚାମ୍ପିୟନ ନ୍ୟୁଜିଲାଣ୍ଡର ୩ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି ।

ମହିଳା ଟି-୨୦ ବିଶ୍ୱକପରେ ଫାଇନାଲ ଖେଳିଥିବା ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କର ଆଇସିସିର ଏହି ଟିମରେ ଦବଦବ ଦେଖିବାକୁ ମିଳିଛି । ଗତ ୨୦ ତାରିଖରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୨ ରନରେ ହରାଇ ନ୍ୟୁଜିଲାଣ୍ଡ ବିଶ୍ୱ ଚାମ୍ପିୟନ ହୋଇଥିଲା । ଏହି ଟିମରେ ସ୍ଥାନ ପାଇଥିବା ଖେଳାଳିମାନେ ହେଉଛନ୍ତି- ଲୌରା ଭୋଲଭାର୍ଡଟ (ଅଧିନାୟକ, ଦକ୍ଷିଣ ଆଫ୍ରିକା), ଟାଜମିନ ବ୍ରିଟ୍ସ (ଦକ୍ଷିଣ ଆଫ୍ରିକା), ଡାନ୍ନି ୱାଟ ହୋଡଜ (ଇଂଲଣ୍ଡ), ଆମେଲିଆ କେର (ନ୍ୟୁଜିଲାଣ୍ଡ), ହରମନପ୍ରୀତ କୌର (ଭାରତ), ଡିଆଣ୍ଡ୍ରା ଡୋଟ୍ଟିନ (ୱେଷ୍ଟଇଣ୍ଡିଜ), ନିଗାର ସୁଲତାନା (ୱିକେଟ କିପର, ବାଂଲାଦେଶ), ଆଫି ଫ୍ଲେଚର (ୱେଷ୍ଟଇଣ୍ଡିଜ), ରୋଜେମାରି ମେର (ନ୍ୟୁଜିଲାଣ୍ଡ), ମେଗନ ସ୍କୁଟ (ଅଷ୍ଟ୍ରେଲିଆ), ନୋନକୁଲୁଲେକୋ ମାଲବା (ଦକ୍ଷିଣ ଆଫ୍ରିକା), ଦ୍ୱାଦଶ ଖେଳାଳି- ଇଡେନ କାର୍ସୋନ (ନ୍ୟୁଜିଲାଣ୍ଡ) ।

Get real time updates directly on you device, subscribe now.