ମାଡି ଆସୁଛି ବଡ ବାତ୍ୟା ! ଅବପାତରେ ପରିଣତ ହେଲା ଲଘୁଚାପ, ଭୀଷଣ ବାତ୍ୟାର ରୂପ ନେଇ ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ବର: ଅବପାତରେ ପରିଣତ ହେଲା ସମ୍ଭାବ୍ୟ ବାତ୍ୟା । ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି । ତେବେ ଏହି ଅବପାତ ଆସନ୍ତାକାଲି ସୁଦ୍ଧା ବାତ୍ୟା ରୂପ ନେବା ନେଇ ଅନୁମାନ କରାଯାଉଛି । ପାରାଦ୍ବୀପ ଠାରୁ 730 କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି । 24 ତାରିଖ ରାତି କିମ୍ବା 25 ତାରିଖ ସକାଳ ସୁଦ୍ଧା ଏହା ସ୍ଥଳଭାଗ ଅତିକ୍ରମ କରିପାରେ । ତେବେ ଏହି ସମୟପେ ପବନର ବେଗ ମଧ୍ୟ 100ରୁ 120 ମଧ୍ୟରେ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଭାରତୀୟ ପାଣିପାଗ ବିଭାଗର କହିବା ଅନୁସାରେ, ଏହା ପୁରୀ ଏବଂ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । କିନ୍ତୁ କହିରଖୁଛି କି ଅବପାତ ସୃଷ୍ଟି ହେବାପରେ ଲ୍ୟାଣ୍ଡଫଲ୍ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । କିନ୍ତୁ ପାଣିପାଗ ବିଜ୍ଞାନୀମାନେ ଅନୁମାନ କରୁଛନ୍ତି ଯେ ବାତ୍ୟା କେନ୍ଦ୍ରାପଡା, ଭଦ୍ରକ ଏବଂ ଜଗତସିଂହପୁର ଦେଇ ଅତିକ୍ରମ କରିପାରେ ।

ସୂଚନା ଅନୁସାରେ, ସମ୍ଭାବ୍ୟ ବାତ୍ୟା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ । 24 ରାତି କିମ୍ବା 25 ସକାଳେ ଏହା ଓଡିଶାରେ ମାଡ ହୋଇପାରେ । ପୁରୀରୁ ପଶ୍ଚିମବଙ୍ଗର ସାଗର ଦ୍ବୀପ ଅତିକ୍ରମ କରିବା ବେଳେ ପବନର ବେଗ 100ରୁ 120 କିଲୋମିଟର ରହିପାରେ । ଏହାର ଅଧିକ ପ୍ରଭାବ ବାଲେଶ୍ବର ଏବଂ ଭଦ୍ରକରେ ଦେଖାଯିବା ନେଇ ଅନୁମାନ କରାଯାଉଛି । ତେବେ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢିବା ସହିତ ପବନର ବେଗ 55ରୁ 60 କିଲୋମିଟର ବେଗରେ ରହିପାରେ । ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.