OnePlusର ବଡ ନିଷ୍ପତ୍ତି, ଫୋନରେ ଗ୍ରୀନ ଲାଇନ ଦେଖାଯାଉଛି କି? ମାଗଣାରେ ଏହି ଜିନିଷ ଦେବ କମ୍ପାନୀ

ନୂଆଦିଲ୍ଲୀ: OnePlus ମୋବାଇଲରେ ଅନେକ ଫିଚର ରହିଥିବା ବେଳେ ଅନେକ ସଂଖ୍ୟାରେ ବିକ୍ରି ମଧ୍ୟ ହେଉଛି । ବର୍ତ୍ତମାନ କିନ୍ତୁ ଏହି ଫୋନରେ ସମସ୍ୟା ଦେଖାଯିବା କାରଣରୁ ଅନେକ ଅସନ୍ତୋଷ ପ୍ରକାଶ କରୁଥିବା ଦେଖାଯାଇଛି । ଅନେକ ମଡେଲରେ ଗ୍ରୀନ ଲାଇନ ସମସ୍ୟା ଦେଖାଯାଉଛି । ଅଗ୍ରଣୀ ଟେକ୍ କମ୍ପାନୀ ଏହି ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛି । OnePlus 8 ଏବଂ OnePlus 9 ସିରିଜ୍ ସ୍ମାର୍ଟଫୋନରେ ଏହି ସମସ୍ୟା ହେଉଥିବା ଦେଖାଯାଉଛି । ଏନେଇ ଉପଭୋକ୍ତାମାନେ କ୍ରମାଗତ ଭାବରେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ରିପୋର୍ଟ କରୁଛନ୍ତି । ଭାରତର ଅନେକ ବ୍ୟବହାରକାରୀ ଏହି ସମସ୍ୟା ଉପରେ ଅଭିଯୋଗ କରିଛନ୍ତି । ଏହାପୂର୍ବରୁ, OnePlus 8, OnePlus 9 ଏବଂ OnePlus 10 ସିରିଜ୍ ସ୍ମାର୍ଟଫୋନରେ ମଦରବୋର୍ଡ ସମସ୍ୟା ଦେଖାଦେଇଥିଲା । ତେବେ ଏହି ଗ୍ରୀନ ଲାଇନ ସମସ୍ୟାକୁ ଭିତ୍ତି କରି କମ୍ପାନୀ ଓ୍ବାରେଣ୍ଟି ଦେବା ନେଇ ନିଷ୍ପତ୍ତି ନେଇଛି ।

 

କହିରଖୁଛୁ କି, OnePlus 8 ଏବଂ OnePlus 9 ସିରିଜ୍ ସ୍ମାର୍ଟଫୋନରେ ଗ୍ରୀନଲାଇନ ସମସ୍ୟା ଦେଖାଯାଉଛି । ଫୋନର ସଫ୍ଟୱେର୍ ଅପଡେଟ୍ କରିବା ପରେ, ଏକ ପତଳା ଗ୍ରୀନ ଲାଇନ ଦେଖାଯାଉଛି । ତେବେ ଏହା କେବଳ ଓ୍ବାନପ୍ଲସ ନୁହେଁ ବରଂ ପୂର୍ବରୁ ସାମସଙ୍ଗ, ମୋଟରୋଲା ଏବଂ ଭିଭୋରେ ମଧ୍ୟ ଦେଖାଯାଇଥିଲା। ତେବେ ଏହି ସମସ୍ୟାକୁ ରୋକିବାକୁ ହେଲେ ସପ୍ଲାଇ ଚେନରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଉପଭୋକ୍ତାମାନଙ୍କର ଏହି ସମସ୍ୟା ଉପରେ କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି ଯେ, ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ଉପଭୋକ୍ତାମାନେ ନିକଟସ୍ଥ ସର୍ଭିସିଂ ସେଣ୍ଟର ଯିବା ଉଚିତ । ଏଠାରେ ଫୋନର ଡିସପ୍ଲେ ମାଗଣାରେ ବଦଳାଇ ଦିଆଯିବ । ଏହି ପରିସ୍ଥିତିରେ, ଉପଭୋକ୍ତାମାନେ ସେମାନଙ୍କର ଡିଭାଇସ୍ ଅପଗ୍ରେଡ୍ କରିପାରିବେ କିମ୍ବା ଡିସପ୍ଲେକୁ ବଦଳାଇ ପାରିବେ । ତେବେ ସବୁଠାରୁ ବଡ ଖବର ହେଉଛି ଫୋନର ଓ୍ବାରେଣ୍ଟି ସରିଯାଇଥିଲେ ମଧ୍ୟ ଡିସପ୍ଲେ ପରିବର୍ତ୍ତନ ହୋଇପାରିବ । କମ୍ପାନୀର ଏଭଳି ନିଷ୍ପତ୍ତି ପରେ ଖୁସିର ଲହରୀ ଖେଳିଯାଇଛି ।

Get real time updates directly on you device, subscribe now.