୬୦୨୫ଟି LTR ଶିକ୍ଷକ ନିଯୁକ୍ତି: ସମ୍ପୂର୍ଣ୍ଣ ବିଜ୍ଞପ୍ତି ଜାରି କଲା OSSC, ଅକ୍ଟୋବର ୩୦ରୁ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଏସଆଣ୍ଡଏମଇ ବିଭାଗ ଅଧିନରେ ନିଯୁକ୍ତି ପାଇଥିବାକୁ ଥିବା ୬୦୨୫ଟି ଲିଭ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଚଳିତ ମାସରେ ଏହି ନିଯୁକ୍ତିକୁ ନେଇ ସଂକ୍ଷିପ୍ତ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଏବେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ପ୍ରକାଶ ପାଇଛି ସମ୍ପୂର୍ଣ୍ଣ ବିଜ୍ଞପ୍ତି । ଇଚ୍ଛୁକ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରକାଶ ପାଇଥିବା ବିଜ୍ଞପ୍ତି ମୁତାବକ, ଅକ୍ଟୋବର ୩୦ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର ୨୯ରେ ସମାପ୍ତ ହେବ । ସେହିପରି ଅକ୍ଟୋବର ୩୦ରୁ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନ ଓ ଫର୍ମ ସଂଶୋଧନ ଆରମ୍ଭ ହୋଇ ଯଥାକ୍ରମେ ଡିସେମ୍ବର ୨ ଓ ୪ ତାରିଖରେ ସମାପ୍ତ ହେବ । ଗ୍ରୁପ-ବି ଓ ଗ୍ରୁପ-ସି ପଦ/ସେବାରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ଟିଜିଟି କଳା, ଟିଜିସି ବିଜ୍ଞାନ ପିସିଏମ, ଟିଜିଟି ବିଜ୍ଞାନ ସିବିଜେଡ, ହିନ୍ଦି ଶିକ୍ଷକ, ସଂସ୍କୃତ ଶିକ୍ଷକ, ତେଲୁଗୁ ଶିକ୍ଷକ, ଊର୍ଦୁ ଶିକ୍ଷକ ଓ ପିଇଟି ପଦରେ ନିଯୁକ୍ତି ଦିଆଯିବ ।

ଅଣସଂରଣିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ଏଥିରେ ପଦ ସଂରକ୍ଷିତ ରହିଛି । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ସାର୍ଟିଫିକେଟ ଯାଞ୍ଚ ଆଦି ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Get real time updates directly on you device, subscribe now.