SRCଙ୍କ ପକ୍ଷରୁ ବଡ଼ ଜରୁରୀ ନିଷ୍ପତ୍ତି: ୬ ଜିଲ୍ଲା ପାଇଁ ୬ ଜଣ IAS ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’ର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଜାରି ରହିଛି । ପୂର୍ବରୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ସାମ୍ବାଦିକ ସମ୍ମିଳନୀ କରି ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ସମୀକ୍ଷା କରିଥିଲେ । ଏହା ମଧ୍ୟରେ ଆଜି ଲୋକସଭା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ତେବେ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ୬ ଜଣ ଆଇଏଏସ ଅଧିକାରୀଙ୍କୁ ୬ଟି ଜିଲ୍ଲାର ଦାୟିତ୍ୱ ପ୍ରଦାନ କରିଛନ୍ତି । ଡାଇରେକ୍ଟର ମାଇନର ମିନେରାଲ୍ସ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ଅତିରିକ୍ତ ସଚିବ ଆରଆଣ୍ଡଡିଏମ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, ପର୍ଯ୍ୟଟନ ବିଭାଗର କମିଶନର-କମ-ସଚିବ ବଲୱନ୍ତ ସିଂହଙ୍କୁ ପୁରୀ, ପିଇବା ପାନୀୟ ଓ ପରିମଳ ବିଭାଗର ଡାଇରେକ୍ଟର-କମ-ଆଡିସନାଲ ସେକ୍ରେଟାରୀ ଭୀନିତ ଭରଦ୍ୱାଜଙ୍କୁ ମୟୂରଭଞ୍ଜ, ଓଏଭିଏସର ଏସଡିପି ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସମର୍ଥ ବର୍ମାଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ପେଶାଲ କମିଶନରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ଅଧିକାରୀମାନେ ଆସନ୍ତା ୨୩ ତାରିଖ ସକାଳେ ଦାୟିତ୍ୱ ଦିଆଯାଇଥିବା ଜିଲ୍ଲାମାନଙ୍କରେ ଉପସ୍ଥିତ ହେବାକୁ କୁହାଯାଇଛି ।

Get real time updates directly on you device, subscribe now.