ବାତ୍ୟା ପାଇଁ ବିଧାୟକ/ବିଧାୟିକାମାନଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳିରେ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାତ୍ୟା ପାଇଁ ବିଧାୟକ/ବିଧାୟିକାମାନଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳିରେ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ଏକ୍ସରେ ରଖିଲେ ନିଜର ପରାମର୍ଶ, “ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବୃଷ୍ଟିପାତ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱିତ ଭାବେ ବାତ୍ୟା ମୁକାବିଲା କରିବା ସହିତ ରିଲିଫ ଓ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଧାୟକ/ବିଧାୟିକାମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଉପସ୍ଥିତ ରହିବା ଆବଶ୍ୟକ। ସମସ୍ତ ବିଧାୟକ/ବିଧାୟିକା ନିଜ ନିଜ ଅଞ୍ଚଳବାସୀଙ୍କ ସହିତ ରହି ସେମାନଙ୍କୁ ଆବଶ୍ୟକୀୟ ସହାୟତା ଦେବା ପାଇଁ ଯଥା ସମ୍ଭବ ଚେଷ୍ଟିତ ହୁଅନ୍ତୁ।”

ସେପଟେ ବାତ୍ୟା ପାଇଁ ପଶୁ ସମ୍ପଦ ବିଭାଗ ତରଫରୁ ସମୀକ୍ଷା ହୋଇଛି । ୧୯ ହଜାର ୩୬୨ ଟି ବୋଟ ଫେରିଆସିଲେଣି । DFO ଓ ସିଡିଓଫୋଙ୍କୁ ଜିଲ୍ଲାରେ ଆଲର୍ଟ କରାଯାଇଛି । ଗୋ ସମ୍ପଦର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି । ପଶୁଙ୍କୁ ଉଚ୍ଚ ସ୍ଥାନକୁ ଆଣିବା ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ପଶୁମାନଙ୍କ ପାଇଁ ଖାଦ୍ୟ ମହଜୁଦ ଅଛି, ଏବଂ ଆବଶ୍ୟକ ଅନୁସାରେ ଯୋଗିଆଦିଆଯିବ । ପ୍ରତି ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଏପରିକି ବୁଲା ଗାଈ ଗୋରୁଙ୍କୁ ଖାଦ୍ୟର ବ୍ୟବସ୍ଥା କରାଯିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.