ବଜାରରେ ଦେଖା ଦେଲାଣି କୃତ୍ରିମ ସଙ୍କଟ; ବାତ୍ୟା ଭୟରେ ସବୁ ଆଳୁ ନେଇଗଲେଣି ଲୋକ!

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାତ୍ୟା ‘ଦାନା’ ଆସିବା ପୂର୍ବରୁ ହାଟ ବଜାରରୁ ଗାଏବ୍ ହୋଇଯାଇଛି ଆଳୁ-ପିଆଜ। ଯେଉଁଠି ବି ମିଳୁଛି ତାହା ଏବେ ଶହେ ପାଖାପାଖି। ଆବଶ୍ୟକ ଠାରୁ ଅଧିକ ବୋହି ନେଉଛନ୍ତି ଲୋକେ। ଯେଉଥି ପାଇଁ ଏହାର ସୁଜଗ ଉଠାଉଛନ୍ତି ଅସାଧୁ ବ୍ୟବସାୟୀ। ଯାହା ଫଳରେ ବଜାରରେ କୃତ୍ରିମ ସଙ୍କଟ ଦେଖା ଦେଲାଣି, ସେପଟେ ଅଯଥାରେ କେହି ଭୟଭୀତ ନହେବାକୁ ପରାମର୍ଶ ଦେବା ସହ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ଥିବା କହିଛନ୍ତି ସରକାର।

ହାଟ-ବଜାରରେ ଖାଲି ହାଉଜାଉ ହେଉଛନ୍ତି ଲୋକେ, କିଏ ଆଳୁ ପାଇଁ ତ ଆଉ କିଏ ପିଆଜ ନେବାକୁ ଠେଲାପେଲା ହେଉଥିବା ଦେଖିବାକୁ ମିଳୁଛି। ଗାଁ’ଠୁ ସହର ସବୁଠି ଅସମ୍ଭାଳ ଭିଡ଼ । ବାତ୍ୟା ଖବର ଶୁଣିବା ପରଠୁ ଏହି ମାର୍କେଟରୁ ଆଳୁ ପିଆଜ ନେଇ ସାରିଲେଣି ଲୋକେ । ଭୁବନେଶ୍ୱର ଏକ ନମ୍ୱର ହାଟ ଓ କଟକ ଛତ୍ରବଜାରରେ ଆଳୁ ପିଆଜ ଦରରେ ନିଆଁ । ଗତକାଲି ୩୫ରୁ ୪୦ ଥିଲା ହେଲେ ଆଜି ୫୦ ଟଙ୍କାରେ ବିକ୍ରିହେଉଥିବା ଦେଖିବାକୁ ମିଳୁଛି। ବ୍ୟବସାୟୀ ସଙ୍ଘଙ୍କ କହିବା ଅନୁଯାୟୀ ଆଉ ୩ରୁ୪ ଦିନ ପରେ ଆଉ ଆଳୁ ମିଳିବନି।

ଏପଟେ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଦେଇ କହିଛନ୍ତି, ‘ସମ୍ବେଦନଶୀଳ ଅଞ୍ଚଳର ସମସ୍ତ ଲୋକଙ୍କୁ ସ୍ଥାନାନ୍ତର କରାଯିବ । କାଲି ସୂର୍ଯ୍ୟାସ୍ତ ପୂର୍ବରୁ ସମସ୍ତଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବ । ବାତ୍ୟା ଆଶ୍ରୟସ୍ଥଳୀ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ୮୬୪୭ ଗର୍ଭବତୀ ଚିହ୍ନଟ, ସମସ୍ତଙ୍କୁ ହସ୍ପିଟାଲ ଅଣାଯିବ । ୫୧ଟି ଓଡ୍ରାଫ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ମୁତୟନ ହୋଇଗଲେଣି ।’

Get real time updates directly on you device, subscribe now.