ଆସୁଛି ଦାନା; ଆଜିଠୁ 3 ଦିନ ଯାଏଁ 198 ଟ୍ରେନ ବାତିଲ, ବିମାନ ମଧ୍ୟ…

ନୂଆଦିଲ୍ଲୀ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛି ରେଳବାଇ । ସମୁଦାୟ 198 ଟ୍ରେନକୁ ବାତିଲ କରାଯାଇଛି । 95ଟି ଅପ ଟ୍ରେନ ବାତିଲ ହୋଇଥିବା ବେଳେ 103ଟି ଡାଉନ ଟ୍ରେନ ବାତିଲ କରାଯାଇଛି । ଆଜିଠାରୁ 25 ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନ ସବୁକୁ ବାତିଲ କରାଯାଇଛି। ହାୱଡା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ୱର, ହାୱଡା-ଭୁବନେଶ୍ୱର, ହାୱଡା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ୱର, ସିକନ୍ଦରାବାଦ-ଭୁବନେଶ୍ୱର, ପୁଡୁଚେରୀ-ହାୱଡା, ପୁଡୁଚେରୀ-ଭୁବନେଶ୍ୱର, ବ୍ରହ୍ମପୁର-ଭୁବନେଶ୍ୱର, ବିଶାଖାପାଟନା-ଭୁବନେଶ୍ୱର, ବିଶାଖାପାଟନା-ଦୀଘା ଆଦି ଟ୍ରେନକୁ ବାତିଲ କରାଯାଇଛି।

ଯଦି ଦେଖିବା ବିମାନ ବାତିଲ ନେଇ କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ଆସିନାହିଁ । ଏନେଇ ଭୁବନେଶ୍ବର ଏୟାରପୋର୍ଟର ଡାଇରେକ୍ଟର ପ୍ରସନ୍ନ ପ୍ରଧାନ କହିଛନ୍ତି, ବର୍ତ୍ତମାନ ସୁଦ୍ଧା କୌଣସି ବିମାନକୁ ବାତିଲ କରାଯାଇ ନାହିଁ । କିନ୍ତୁ ସମସ୍ତଙ୍କୁ ସୁରକ୍ଷିତ ରହିବା ନେଇ ଆଲର୍ଟ କରାଯାଇଛି । ଯଦି ପବନରେ ବେଗ ଅଧିକ ରହିବ ତାହାଲେ ସେହି କ୍ଷେତ୍ରରେ କୌଣସି ବିମାନକୁ ମଧ୍ୟ ଅବତରଣ କରିବାକୁ ଦିଆଯିବ ନାହିଁ । ତେବେ ବିମାନ ସେବାକୁ ସ୍ଥଗିତ ରଖାଯିବ ନା ପୂର୍ବପରି ସେବା ଜାରି ରହିବ ସେନେଇ ଆଜି ସ୍ଥିତି ଜଣାପଡିବ ବୋଲି ସେ କହିଛନ୍ତି । ଗଭୀର ଅବପାତ ପ୍ରଭାବରେ ଉପକୂଳ ଜିଲ୍ଲାରେ ମେଘୁଆ ପାଗ ରହିଛି । ସେହିପରି କେତେକ ଉପକୂଳ ଅଞ୍ଚଳରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।