ହୀରା ସାଜିବ ବିଶ୍ୱର ହିରୋ! ହୀରାର ଧୂଳିକୁ ଉପଯୋଗ କରି ପୃଥିବୀର ତାପମାତ୍ରା ହ୍ରାସ କରିହେବ, ବୈଜ୍ଞାନିକଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲରୀ: ହୀରା ଏକ ମୂଲ୍ୟବାନ ଧାତୁ ହୋଇଥିବା ବେଳେ ଏହାର ଚମକ ସଭିଙ୍କୁ ଆକର୍ଷିତ କରିଥାଏ । ତେବେ ହୀରା ପୁଣି ଥରେ ସତେ ଯେମିତି ହୀରୋ ପାଲଟିବାକୁ ଯାଉଛି । ଦିନକୁ ଦିନ ବିଶ୍ୱର ତାପମାତ୍ରା ବୃଦ୍ଧିକୁ ନେଇ ବୈଜ୍ଞାନିକମାନେ ଚିନ୍ତାରେ ରହିଥିବା ବେଳେ ତା’ର ସମାଧାନ ହୀରାକୁ ଉପଯୋଗ କରି ସମ୍ଭବ ହୋଇପାରେ । କ୍ଲାଇମେଟ ଚେଞ୍ଜ ସମସ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଥିବା ବେଳେ ଏହାର ସମାଧାନ କରିବା ମିଳିତ ଜାତିସଂଘ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ତେବେ ଏହି ସମସ୍ୟାରୁ ବାହାରିବା ପାଇଁ ବୈଜ୍ଞାନିକମାନେ ରିସର୍ଚ୍ଚ କରି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ।

ବୈଜ୍ଞାନିକଙ୍କ ଦାବି ମୁତାବକ, ପୃଥିବୀ ଉପରେ ବାୟୁମଣ୍ଡଳରେ ଯଦି ପ୍ରତିବର୍ଷ ଲକ୍ଷ ଲକ୍ଷ ଟନ ହୀରାର ଧୂଳି ବା ଡଷ୍ଟ ଛିଞ୍ଚାଯାଏ, ତେବେ ପୃଥିବୀର ତାପମାତ୍ରା ଥଣ୍ଡା ହୋଇପାରେ । ଏହି ଦାବି ଶୁଣିବାକୁ ଅବିଶ୍ୱସନୀୟ ଲାଗୁଥାଇଥାରେ, ମାତ୍ର ଏହା ପ୍ରଥମ ଥର ଘଟୁନାହିଁ । ଏହା ପୂର୍ବରୁ ଅନେକ କମ୍ପାଉଣ୍ଡ ଯେପରିକି ସଲଫର, କ୍ୟାଲସିୟମ, ଆଲୁମିନିୟମ ଓ ସିଲିକନର ଉପଯୋଗ କରି ଏହି ସମସ୍ୟାକୁ ସମାଧାନ କରିବା ନେଇ ପ୍ରସ୍ତାବ ଦିଆଯାଇଥିଲା । ହୀରାର ଧୂଳି ବା ଅନ୍ୟ କୌଣସି କମ୍ପାଉଣ୍ଡକୁ ଛିଞ୍ଚନ କରାଯାଇ ସୂର୍ଯ୍ୟରୁ ଆସୁଥିବା ରେଡିଏସନକୁ ପୁଣି ଥରେ ମହାକାଶକୁ ପଠାଇବା ସମ୍ଭବ ହୋଇପାରେ । ଏହାଫଳରେ ପୃଥିବୀର ବର୍ଦ୍ଧିତ ତାପମାତ୍ରାରେ ହ୍ରାସ ଘଟିପାରେ ।

ସୋଲାର ରେଡିଏସନ ମ୍ୟାନେଜମେଣ୍ଟ (ଏସଆରଏମ) ମାଧ୍ୟମରେ ସୂର୍ଯ୍ୟରୁ ଆସୁଥିବା ରେଡିଏସନକୁ ପୁନର୍ବାର ମହାକାଶକୁ ପଠାଯାଇପାରେ । ଏହାଦ୍ୱାରା ସୂର୍ଯ୍ୟର କିରଣକୁ ପୃଥିବୀ ପର୍ଯ୍ୟନ୍ତ ପହଞ୍ଚିବାରେ ରୋକାଯାଇପାରେ । ଏ ପ୍ରକାର ସମାଧାନକୁ ସାଧାରଣ ଭାବେ ଜିୟୋ-ଇଞ୍ଜିନିୟରିଂ କୁହାଯାଇଥାଏ । ଏଥିରେ ବାୟୁମଣ୍ଡଳୀୟ ପ୍ରକ୍ରିୟାଗୁଡ଼ିକୁ ନିୟନ୍ତ୍ରିତ କରି ପରିବେଶୀୟ ସମସ୍ୟାର ସମାଧାନ କରାଯାଇଥାଏ । ଅନ୍ୟ କମ୍ପାଉଣ୍ଡ ଅପେକ୍ଷା ହୀରାର ଧୂଳି ଏହି କାମକୁ ଅଧିକ ପ୍ରଭାବୀ ଢଙ୍ଗାରେ କରିପାରେ । ପୂର୍ବରୁ ଯେଉଁସବୁ ଉପାଦାନଗୁଡ଼ିକୁ ବିଚାର କରାଯାଇଥିଲା, ସେଗୁଡ଼ିକ ଠାରୁ ହୀରାର ଧୂଳି ଅଧିକ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଗ୍ଲୋବାଲ ୱାର୍ମିଂକୁ ରୋକିବା ପାଇଁ ଯେଉଁସବୁ ଉପାୟ ଆପଣା ଯାଇଛି, ସେଗୁଡ଼ିକ ପର୍ଯ୍ୟାପ୍ତ ବୋଲି ପ୍ରମାଣିତ ହୋଇନାହିଁ । ହୀରାର ଧୂଳିକୁ ଉପଯୋଗ କରି ୧.୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା କମିପାରେ ବୋଲି ଜିୟୋଫିଜିକାଲ ରିସର୍ଚ୍ଚରେ ରିପୋର୍ଟ ପ୍ରକାଶ ପାଇଛି । ମାତ୍ର ଏହି ଉପଲବଧି ହାସଲ କରିବା ପାଇଁ ପ୍ରତିବର୍ଷ ପାଖାପାକି ୫ ମିଲିୟନ ଟନ ହୀରାର ଧୂଳିକୁ ବାୟୁମଣ୍ଡଳରେ ଛିଞ୍ଚିବାକୁ ପଡ଼ିବ । ତେବେ ଏହାକୁ ଲାଗୁ କରିବାରେ ଟେକନିକ ଓ ଖର୍ଚ୍ଚ ସମ୍ବନ୍ଧୀୟ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡ଼େ । ହୀରାର ଧୁଳି ଛୁଞ୍ଚିବା ଦ୍ୱାରା ପ୍ରାକୃତିକ ପ୍ରକ୍ରିୟାରେ ହସ୍ତକ୍ଷେପ ହୋଇପରେ । ତେଣୁ ଏହି ଅପ୍ରତ୍ୟାଶିତ ଫଳାଫଳ ବିଶ୍ୱସ୍ତରରେ ଓ କ୍ଷେତ୍ରୀୟ ସ୍ତରରେ ମୌସୁମୀ ପ୍ରଣାଳୀ ଓ ବର୍ଷା ବିତରଣକୁ ପ୍ରଭାବିତ କରିପାରେ । ଏଥିସହିତ ପ୍ରାକୃତିକ ସୌରରଶ୍ମୀରେ ପରିବର୍ତ୍ତନ ହେବା ଦ୍ୱାରା ତାହା କ୍ଷେତ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଏଥିସହିତ ଏହା ଜୀବନ ପାଇଁ ମଧ୍ୟ ହାନିକାରକ ହୋଇପାରେ ।