Gold Price Hike: ସୁନା ଦର 80 ହଜାର ପାର୍, Diwali ପୂର୍ବରୁ କାହିଁକି ବଢୁଛି ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢିଚାଲିଛି ସୁନାଦର । 10 ଗ୍ରାମ ସୁନାର ଦାମ୍ 80 ହଜାର ପାର୍ କରିଛି । ତେବେ କିଛିଦିନ ହେବ ଚର୍ଚ୍ଚା ହେଉଛି ଯେ, ସୁନାର ଦାମ ଧନତେରସ ପୂର୍ବରୁ 1 ଲକ୍ଷ ଟଙ୍କାରେ ପହଞ୍ଚିବ । ତେବେ ସମସ୍ତଙ୍କ ମନରେ ବର୍ତ୍ତମାନ ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ, ସୁନାଦର କାହିଁକି ହୁ ହୁ ହୋଇ ବଢିବାରେ ଲାଗିଛି । ସୁନାଦର ଦାମ କମିବା ପରିବର୍ତ୍ତେ କାହିଁକି ବୃଦ୍ଧି ପାଉଛି ସେନେଇ ସମସ୍ତେ ଚିନ୍ତାରେ ରହିଛନ୍ତି ।

ଆଜି ପୁରା ଦେଶରେ ଅଷ୍ଟମୀର ଉତ୍ସବ ପାଳନ ହେଉଛି । ଆଜିର ଦିନରେ ସୁନା କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହାରି ଭିତରେ ଆଜି ପୁଣି ସୁନା 500 ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀ, ନୋଏଡା, ଗଜିଆବାଦ, ଜୟପୁର ଏବଂ ଲକ୍ଷ୍ନୌରେ 24 କ୍ୟାରେଟ ସୁନାର ଦାମ୍ 80 ହଜାର 500 ଟଙ୍କା ହୋଇଛି । ଜାଣନ୍ତୁ ସୁନା ଦର ବୃଦ୍ଧି ପଛର କାରଣ କଣ

ଯୁଦ୍ଧର ପ୍ରଭାବ- ବିଶ୍ବର ଅନେକ ଦେଶ ଯୁଦ୍ଧରେ ପ୍ରଭାବିତ ହୋଇଛି । ଋଷ-ୟୁକ୍ରେନ ବ୍ୟତିତ ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାର ପ୍ରଭାବ ବିଶ୍ବ ବଜାର ଉପରେ ମଧ୍ୟ ପଡୁଛି  । ଏହା ବ୍ୟତୀତ ଚୀନ, ତାଇଓ୍ବାନ, ଉତ୍ତରକୋରିଆ, ଦକ୍ଷିଣକୋରିଆ ମଧ୍ୟରେ ଯୁଦ୍ଧର କଳ୍ପନାଜଳ୍ପନା ଜାରି ରହିଛି । ଏହାର ପ୍ରଭାବ ବୈଶ୍ବିକ ବଜାର ଉପରେ ପଡୁଛି । ଏହାରି ଭିତରେ ସୁନାରେ ନିବେଶ ସବୁଠୁ ଭଲ ବିକଳ୍ପ ବୋଲି କୁହାଯାଉଛି । ଅନେକ ଲୋକ ସୁନାରେ ନିବେଶ କରୁଛନ୍ତି ।

ଆମେରିକାର ରାଷ୍ଟ୍ରପତି ନିର୍ବାଚନ- ନଭେମ୍ବର 5 ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହାର ପ୍ରଭାବ ସେୟାର ମାର୍କେଟ ସହିତ ବୈଶ୍ବିକ ବଜାର ଉପରେ ମଧ୍ୟ ପଡିବା ନେଇ ଆଶଙ୍କା କରାଯାଉଛି । ଏହାରି ଭିତରେ ନିବେଶକ ମଧ୍ୟ ସୁନାରେ ନିବେଶ ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ।

ବିଶ୍ବରେ ବଡ ଅର୍ଥବ୍ୟବସ୍ଥାରେ ଲୋକେ ଅନେକ ଟଙ୍କା ନିବେଶ କରୁଛନ୍ତି । କିନ୍ତୁ ଚିନ ଏବଂ ବ୍ରିଟେନ ସମେତ ଅନେକ ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ଦେଖାଯାଇଛି । ପୂର୍ବରୁ ହିଁ ଚୀନ ଅନେର ସୁନା ସଞ୍ଚିତ କରି ରଖିଛି । ଅର୍ଥବ୍ୟବସ୍ଥାରେ ନିବେଶ କମ୍ କାରଣରୁ ବଜାରରେ ସୁନା ନିବେଶ କରିବା ଲାଭଦାୟକ ବୋଲି ବିବେଚନା କରାଯାଉଛି ।

ଭାରତରେ କାହିଁକି ବଢୁଛି ସୁନା- ସୁନା କିଣୁଥିବା ଦେଶ ମଧ୍ୟରେ ରହିଛି ଭାରତ । ବିଶେଷକରି ଧନତେରସ, ଦୀପାବଳି ଏବଂ ଛଟପୂଜା କାରଣରୁ  ଭାରତରେ ସୁନାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ସୁନାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି ।