ବାତ୍ୟାରେ ଉଡ଼ୁଛି ବିଷଧର ସାପ… ପବନର ବେଗ ଆଗରେ ଫେଲ ମାରିଲା ସାପର ଗତି, ଭୟରେ ଲୋକ

ଓଡ଼ିଶା ଭାସ୍କର: ସାରା ଓଡ଼ିଶାରେ ବର୍ତ୍ତମାନ ବାତ୍ୟା ଦାନାର ପ୍ରଭାବ ଅନୁଭୂତ ହେବାକୁ ଲାଗିଲାଣି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସାଙ୍ଗକୁ ଆରମ୍ଭ ବଢୁଛି ପବନର ବେଗ । ଅଶାନ୍ତ ସମୁଦ୍ର ସାଙ୍ଗକୁ ବାତ୍ୟାର ବିଭିନ୍ନ ରୂପକୁ ଲୋକେ ଏବେ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । କିନ୍ତୁ ଏହାଭିତରେ ଭାଇରାଲ ହେଉଛି ଆଉ ଏକ ଭିଡିଓ । ବାତ୍ୟାର ପବନ ମାଡ଼ରେ ଏକ ସାପ ଉଡ଼ି ଯାଉଥିବାର ଏହି ଭିଡିଓରେ ଦେଖାଯାଇଛି । ଭଦ୍ରକ ଧାମରା ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀରୁ ଏଭଳି ଭିଡିଓ ଦେଖିବାକୁ ମିଳିଛି । ଏଠାରେ ଏକ ସାପ ପବନର ବେଗକୁ କାଟି ଆଗକୁ ବଢିବା ପାଇଁ ଚେଷ୍ଟା କରୁଥିବା ଭିଡିଓରେ ଦେଖାଯାଇଛି ।

ବାତ୍ୟା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଆଶ୍ରୟସ୍ଥଳୀକୁ ଚାଲି ଯାଉଛନ୍ତି । କିନ୍ତୁ ଭଦ୍ରକ ଧାମରା ନିକଟସ୍ଥ ଏକ ବାତ୍ୟା ଆଶ୍ରୟସ୍ଥଳୀରେ ସାପର ଆତଙ୍କ ଖେଳିଯାଇଛି । ଏଠାରେ ଅଚାନକ ଏକ ସାପ ପଶି ଆସି ଆତଙ୍କ ସୃଷ୍ଟି କରିଛି । ତେବେ ଭାଇରାଲ ଭିଡିଓରେ ସାପଟି ବାତ୍ୟା ପବନର ବେଗ ସହ ବେଶ୍ କସରତ କରୁଥିବା ଦେଖିବାକୁ ମିଳିଛି । ପ୍ରଥମେ ସାପଟି ଏକ କବାଟ କୋଣରେ ଲୁଚିଥିବା ବେଳେ ଲୋକେ ସେଠାରୁ ସାପକୁ ବାହାର କରିଥିଲେ । ଏହାପରେ ସାପଟି ଅଚାନକ ଆଶୟସ୍ଥଳୀ ବାରଣ୍ଡା ଦେଇ ଚାଲିଯିବାକୁ ଚେଷ୍ଟା କରିଥିଲା । କିନ୍ତୁ ବାତ୍ୟା ପବନର ବେଗ ଆଗରେ ଫେଲ ମାରୁଛି ସାପ । ପବନର ବେଗରେ ସାପଟି ନିଜ ଦିଗ ହରାଇ ଦେଉଛି ଏବଂ ପବନରେ ଅନ୍ୟ ଏକ ଦିଗକୁ ଚାଲିଯାଉଛି ବିଷଧର ସାପ ।

ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଅପଲୋଡ କରାଯାଇଛି । ଇଣ୍ଟରନେଟରେ ଭିଡିଓ ଅପଲୋଡ ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର ଏହି ଭିଡିଓ ଦେଖିବା ସହ ଏହାର ମଜା ନେଉଛନ୍ତି ଏବଂ ମଜାଳିଆ କମେଣ୍ଟ କରୁଥିବାର ଦେଖାଯାଉଛି । ତେବେ ବାତ୍ୟା ସମୟରେ ଆଶ୍ରୟସ୍ଥଳୀରୁ ସାପ ବାହାରିବା ପରେ ଲୋକଙ୍କ ମନରେ ଏହା ଆଉ ଏକ ଭୟ ସୃଷ୍ଟି କରିଛି । ବିଷଧର ସାପର ଆବିର୍ଭାବ ପରେ ଏହା ଭିତରେ ଆହୁରି କିଛି ସାପ କିମ୍ବା ଜନ୍ତୁ ରହିଥିବା ଆଶଙ୍କା କରାଯାଉଛି ।