କ୍ୟାନସର, ମଧୁମେହ ଓ କୋଲେଷ୍ଟ୍ରଲ ଭଳି ୧୦ଟି ବଡ଼ ବଡ଼ ରୋଗ ପାଇଁ ଲାଭଦାୟକ ହୋଇଥାଏ ଓଲୁଅ

ଭୁବନେଶ୍ୱର: ଓଲୁଅ କଥା ଶୁଣିଲେ ଅନେକ ଲୋକ ନାକ ଟେକନ୍ତି । କିଛି ଲୋକ ତ ବିଲକୁଲ୍ ପସନ୍ଦ କରନ୍ତିନି । ହେଲେ ଏକା ଏକ ପୋଷକ ତତ୍ତ୍ୱ ଯୁକ୍ତ ପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହାର ସେବନ ଅନେକ ସ୍ୱାସ୍ଥ୍ୟ ଉପକାରିତା ପ୍ରଦାନ କରିଥାଏ, ଯଥା:

  • ଓଲୁଅରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ, ଯାହା ପାଚନ କ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଏହା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ଏବଂ ଅନ୍ତନଳୀସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ।
  • ଓଲୁଅରେ କ୍ୟାଲୋରୀ କମ୍ ଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ପେଟ ପୂରା ଅନୁଭବ ହୋଇଥାଏ, ଯାହା ଭୋକ କମ୍ କରିବା ସହ ଅତ୍ୟଧିକ ଖାଇବା ଅଭ୍ୟାସକୁ ରୋକିଥାଏ ।
  • ଓଲୁଅରେ ଓମେଗା-୩ ଫ୍ୟାଟି ଏସିଡ୍ ଥାଏ, ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରି ହୃଦ୍ ରୋଗରୁ ରକ୍ଷା କରିଥାଏ।
  • ଏଥିରେ ଅଧିକ ମାତ୍ରାରେ ପୋଟାସିୟମ ରହିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏହା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟାରୁ ରକ୍ଷା ମିଳିଥାଏ।
  • ଓଲୁଅର ଗ୍ଲାଇସେମିକ ଇଣ୍ଡେକ୍ସ କମ୍ ଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ହଠାତ୍ ବୃଦ୍ଧି ହୁଏ ନାହିଁ।
  • ଏଥିରେ କିଛି ଆଣ୍ଟି କ୍ୟାନସର ଗୁଣ ରହିଛି, ଯାହା ଶରୀରରେ କର୍କଟ କୋଷର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ।