ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ: ୟୁନିୟନ ବ୍ୟାଙ୍କରେ ୧୫୦୦ ଚାକିରି, ଓଡ଼ିଶାର ୭ଟି କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଥିବା ଓଡ଼ିଶାର ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ୟୁନିୟନ ବ୍ୟାଙ୍କ ପକ୍ଷରୁ ମୋଟ ୧୫୦୦ଟି ପଦ ଖାଲି ରହିଛି । ସେଥିମଧ୍ୟରୁ ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ଅନେକ ପଦ ଖାଲି ରହିଛି । ସବୁଠାରୁ ବଡ଼ କଥା କଥା ହେଉଛି ଏହି ପରୀକ୍ଷା ଓଡ଼ିଶାର ୭ଟି ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହେବ । ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା ହେବ । ତେଣୁ ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନୋକ୍ତ ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଓଡ଼ିଶା ପାଇଁ ମୋଟ ୧୦୦ଟି ପଦ ଖାଲି ରହିଥିବା ବେଳେ ଆନ୍ଧ୍ରପ୍ରଦେଶ ପାଇଁ ୨୦୦ଟି, ଗୁଜରାଟ ପାଇଁ ୨୦୦ଟି, କର୍ଣ୍ଣାଟକ ପାଇଁ ୩୦୦ଟି, ମହାରାଷ୍ଟ୍ର ପାଇଁ ୫୦ଟି, ତାଲିମନାଡ଼ୁ ପାଇଁ ୨୦୦ଟି, ତେଲେଙ୍ଗାନା ପାଇଁ ୨୦୦ଟି ଓ ପଶ୍ଚିମବଙ୍ଗ ପାଇଁ ୨୦୦ଟି ପଦ ସଂରକ୍ଷିତ ରହିଛି । ଓଡ଼ିଶାର ପ୍ରାର୍ଥୀମାନେ ଓଡ଼ିଶାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇ ପାରିବେ । ଏହି ସମସ୍ତ ପଦରେ ଚୟନ ହେବା ପରେ ପ୍ରାର୍ଥୀଙ୍କୁ ଉଚ୍ଚ ହାରରେ ବେତନ ପ୍ରଦାନ କରାଯିବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରହିଥିବା ଆବଶ୍ୟକ । ଚଳିତ ବର୍ଷ ଅକ୍ଟୋବର ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ବର୍ଷ ଓ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ବୟସ ଯୋଗ୍ୟତା ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ଆବେଦନ ଲିଙ୍କ:

ନୋଟିଫିକେସନ ଲିଙ୍କ: