(Video) ସାବଧାନ୍‌! ସ୍ଥଳଭାଗ ଛୁଇଁବ ‘ଦାନା’: ଲ୍ୟାଣ୍ଡଫଲ ବେଳେ କରନ୍ତୁ ନାହିଁ ଏହିସବୁ ଭୁଲ

ଓଡ଼ିଶା ଭାସ୍କର: ସମୁଦ୍ର ଭିତରେ ବଳ ଗୋଟାଉଥିବା ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବାକୁ ପ୍ରସ୍ତୁତ ହୋଇ ସାରିଲାଣି । ଆଉ ମାତ୍ର କେଇଟା ମୁହୂର୍ତ୍ତରେ ଭିତରକନିକାରୁ ଧାମରା ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବାକୁ ଯାଉଛି । ତେବେ ଲ୍ୟାଣ୍ଡଫଲ କରିବା ବେଳେ ଯଥେଷ୍ଟ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜାଣି ରଖନ୍ତୁ ଲ୍ୟାଣ୍ଡଫଲ ସମୟରେ କେଉଁ ସବୁ ଭୁଲ କରିବାରୁ ନିଜକୁ ଦୂରେଇ ରଖିବେ ।

ଆଉ ମାତ୍ର କିଛି ସମୟର ପ୍ରତୀକ୍ଷା । ଏହାପରେ ସ୍ଥଳଭାଗ ଛୁଇଁବ ଦାନା । ଯାହାକୁ ନେଇ ସମସ୍ତେ ଭୟଭୀତ ଓ ଆତଙ୍କିତ ହୋଇ ରହିଛନ୍ତି ବାତ୍ୟା ପ୍ରଭାବରେ ଝିପଝିପ ବର୍ଷା ଆଉ କିଛି ସମୟ ପରେ ଭୟଙ୍କର ପାଲଟି ଯିବ । ବାତ୍ୟା ପାଇଁ ଏବେ ଚାରିଆଡେ ହଇଚଇ । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଏବଂ ବାଲେଶ୍ୱରରେ ବିତ୍ପାତ ମଚାଇବ ବାତ୍ୟା । ତେବେ ଲ୍ୟାଣ୍ଡଫଲ ସମୟରେ ବାତ୍ୟାର ଶକ୍ତି ଆହୁରି ଅଧିକ ହୋଇଯାଏ । ତେଣୁ ବାତ୍ୟା ଲ୍ୟାଣ୍ଡଫଲ କରିବା ବେଳେ ଯଥାସମ୍ଭବ ସଚେତନ ରହିବାକୁ ଚେଷ୍ଟା କରନ୍ତୁ । ଏହି ସମୟରେ ଜୋରରେ ବର୍ଷା ପବନ ହେଉଥିବା ବେଳେ ଭୁଲରେ ବି ଘରୁ ବାହାରନ୍ତୁ ନାହିଁ । ଛୋଟ ପିଲାଙ୍କୁ ଧ୍ୟାନ ସହକାରେ ରଖନ୍ତୁ । ପାଖରେ ଟର୍ଚ ଲାଇଟ, ମୋବାଇଲ ଫୋନ, ଖାଦ୍ୟ, ଫାଷ୍ଟ ଏଡ୍ ବକ୍ସ ସହିତ ଅତ୍ୟାବଶ୍ୟକ ମେଡିସିନ୍ ନିଜ ପାଖରେ ରଖନ୍ତୁ ।

ତେବେ ବାତ୍ୟାର ମଜା ନେବାକୁ କି ରିଲ୍ସ କରିବା ବାହାନାରେ କଦାପି ଘରୁ ବାହାରନ୍ତୁ ନାହିଁ । ସବୁବେଳେ ସୁରକ୍ଷିତ ରହିବାକୁ ଚେଷ୍ଟା କରନ୍ତୁ । କାରଣ ଘନ ଅନ୍ଧାର ଝଡ ବର୍ଷା ପବନରେ ଯଦି ଆପଣ ରିସ୍କ ନେଇ ବାହାରନ୍ତି, ତେବେ କିଛି ବି ହେବାର ଭୟ ରହିଛି । ଗଛ ଡାଳ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟି ଉପୁଡି ପଡିବା ବଜ୍ରାଘାତ ହେବାର ସମ୍ଭାବନା ରହିଛି । ଏହି ସବୁ ଜିନିଷକୁ ଧ୍ୟାନରେ ରଖି ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ବି ସୁରକ୍ଷିତ ରଖନ୍ତୁ । ସରକାରଙ୍କ ପକ୍ଷରୁ ଜାରି ଟୋଲ ଫ୍ରି ନମ୍ବର ପାଖରେ ରଖନ୍ତୁ ।