ମହଙ୍ଗା Laptop ଶସ୍ତାରେ କିଣିବାକୁ ଚାହୁଁଛନ୍ତି କି, ଦୀପାବଳି ସେଲରେ ଏହାର ଦାମ୍ ରହିଛି ଶସ୍ତା

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆଲୋକର ପର୍ବ ଦୀପାବଳି । ଏନେଇ ବିଭିନ୍ନ ପ୍ଲାଟଫର୍ମରେ ସେଲ ଆରମ୍ଭ ହୋଇଛି । ଯଦି ଆପଣ ଏକ ଭଲ ଲାପଟପ୍ କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏହା ଉପଯୁକ୍ତ ସମୟ । ଦିୱାଲୀ ଅବସରରେ ଆମାଜନ ଏହାର ଦିୱାଲୀ ସେଲ୍ ମଧ୍ୟ ଆରମ୍ଭ କରିଛି । ଅନେକ ନୂଆ ଏବଂ ବ୍ରାଣ୍ଡେଡ ଲାପଟପରେ କମ୍ପାନୀ ମଧ୍ୟରୁ ବଡ ରିହାତି ଦିଆଯାଉଛି । ତେବେ ଏହି ଲିଷ୍ଟରେ Dell, HP,Lenovo ଭଳି କମ୍ପାନୀ ରହିଛି । ଆମାଜନର ଏହି ସେଲ୍ ଅକ୍ଟୋବର 29 ତାରିଖ ପର୍ଯ୍ୟନ୍ତ ରହିଛି ।

Lenovo ThinkPad 8th Gen Intel Core i5ଯଦି ଆପଣ ଲେନୋଭୋର ଲାପଟପ କିଣିବାକୁ ଚାହୁଁଛନ୍ତି ତେବେ ଏହା ଉପଯୁକ୍ତ ଅଟେ । ଏହି ରିଫରବିଶ ଲାପଟପରେ 16 GB DDR4 RAM ଏବଂ 512 GB SSD ଷ୍ଟୋରେଜ ରହିଛି । ଏଥିରେ 14 ଇଞ୍ଚର ଟଚସ୍କ୍ରିନ FHD ଡିସପ୍ଲେ ରହିଛି । ଏହି ଲାପଟପ ଓ୍ବିଣ୍ଡୋସ  11ରେ କାମ କରିଥାଏ । ପୂର୍ବରୁ ଏଥିରେ ଏମଏସ ଅଫିସ ରହିଛି । ଆମାଜନରେ ଏହି ଲାପଟପର ଦାମ୍ 33 ହଜାର 113 ଟଙ୍କା ରହିଛି ।

Dell Latitude 5410 ଲାପଟପ୍- ଏହି ଲାପଟରେ 10 ଜେନେରେସନ ଇଣ୍ଟେଲ କୋର ଏବଂ i5 ପ୍ରୋସେସର ରହିଛି । ମଲ୍ଟିଟାସ୍କିଂ ପାଇଁ ଏହି ଲାପଟପରେ 16ଜିବି ରାମ୍ ଏବଂ 512 ଜିବି ଏସଏସଡି ସୁବିଧା ମଧ୍ୟ ରହିଛି । ଏଥିରେ 4 ଇଞ୍ଚ ଏଫଡିଏଚ୍ ସ୍କ୍ରନ ମଧ୍ୟ ମିଳିଥାଏ । ଏହି ଡିଭାଇସ୍ ଓ୍ବିଣ୍ଡୋସ 11ରେ କାମ କରିଥାଏ । ଆମାଜନରେ ଏହି ଲାପଟପର ଦାମ୍ 24 ହଜାର 749 ଟଙ୍କା ରହିଛି ।

HP PAV PLUS–  ଏହି ଲାପଟରେ 14.2 ଇଞ୍ଚର OLED ଡିସପ୍ଲେ ରହିଛି । ଏହାସହିତ 12 ଜେନେରେସନ ଇଣ୍ଟେଲ କୋର i7-12700H ପ୍ରୋସେସର ମଧ୍ୟ ରହିଛି । ଏଥିରେ 16 ଜିବି ରାମ୍ ଏବଂ 1TB SSD ସୁବିଧା ମଧ୍ୟ ରହିଛି । ଆମାଜନରେ ଏହାର ଦାମ୍ 52 ହଜାର 241 ଟଙ୍କା ରହିଛି ।