ଆଉ ଚିନ୍ତା ନାହିଁ! EMIରେ କିଣିପାରିବେ ରାସନ, Blinkit ଆଣିଲା ଜବରଦସ୍ତ ପ୍ଲାନ

ନୂଆଦିଲ୍ଲୀ: ଦୀପାବଳିରେ ଗ୍ରାହକଙ୍କୁ ଖୁସି ଖବର ଦେଇଛି ବ୍ଲିଙ୍କଇଟ୍ । ଏଣିକି ଗ୍ରାହକମାନେ ମହଙ୍ଗା ଜିନିଷକୁ ମଧ୍ୟ କିଣିବାରେ ସକ୍ଷମ ହୋଇପାରିବେ । ଯଦି ଆପଣ ବ୍ଲିଙ୍କଇଟରେ 2999ରୁ ଅଧିକ ଟଙ୍କାର ଜିନିଷ କିଣୁଛନ୍ତି, ତେବେ ଏକାଥିରେ ସବୁ ପଇସା ଦେବାର ଆବଶ୍ୟକତା ରହିବ ନାହିଁ । ଏଣିକି ରାସନକୁ ମଧ୍ୟ ଇଏମଆଇରେ ଦେଇପାରିବେ । ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ବ୍ଲିଙ୍କଇଟ ସିଇଓ ଅୱବିନ୍ଦର ଢିନ୍ଦସା । ସେ ପୋଷ୍ଟ କରି ଲେଖିଛନ୍ତି, ଏଣିକି ରାସନ କିଣିଲେ ଏକାଥିରେ ପଇସା ଦେବାକୁ ପଡିବ ନାହିଁ । କିସ୍ତିରେ ମଧ୍ୟ କିଣିପାରିବେ ।

କଣ ଫାଇଦା ପାଇବେ ୟୁଜର୍ସ- ବ୍ଲିଙ୍କଇଟ ପକ୍ଷରୁ କୁହାଯାଇଛି ଯେ, ଏଣିକି କିସ୍ତିରେ ଆପରୁ ରାସନ କିଣିପାରିବେ । 2999ଟଙ୍କାରୁ ଅଧିକା କିଣିଲେ ଇଏମଆଇ କରିବାରେ ସୁବିଧା ପାଇପାରିବେ । ଏହା ଦ୍ବାରା ଗ୍ରାହକଙ୍କୁ ଜିନିଷ କିଣିବାରେ ସୁବିଧା ହେବା ସହିତ ସେମାନେ ପଇସାକୁ ମଧ୍ୟ ସଠିକ ଭାବେ ଉପଯୋଗ କରିପାରିବେ । ଏହି ସୁବିଧା ବ୍ଲିଙ୍କଇଟର ପ୍ରତିଦ୍ବନ୍ଦୀ ଜେପ୍ଟୋ ଦ୍ବାରା ଏହା ଆରମ୍ଭ କରାଯାଇଛି । ‘ଏବେ କିଣନ୍ତୁ ପରେ ପଇସା ଦେବେ’(BNPL)ଫିଚରର ଠିକ ଏକମାସ ପରେ ଏହା ଆସିବାକୁ ଯାଉଛି । ଗୋଟିଏ ସମୟରେ ଟଙ୍କା ଦେବାରୁ ବାଧ୍ୟ ନହେବା କାରଣରୁ ସେମାନେ ମଧ୍ୟ ମହଙ୍ଗା ଜିନିଷକୁ ଏକାଥରେ କିଣିପାରିବେ । ଏଥିରେ ଇଲୋକ୍ଟ୍ରୋନିକ୍ସ ସହିତ ଅନାନ୍ୟ ଘରକରଣା ସାମଗ୍ରୀ ମଧ୍ୟ ଏକାଥରେ କିଣିପାରିବେ । ବର୍ତ୍ତମାନ ଆଲୋକର ପର୍ବ ଦୀପାବଳି ଆସୁଥିବାରୁ ଏହି ସମୟରେ କମ୍ପାନୀ ପକ୍ଷରୁ ଏଭଳି ଘୋଷଣା କରାଯାଇଛି । କାରଣ ଦୀପାବଳି ସମୟରେ ସମସ୍ତେ ଦାମୀ ଜିନିଷ କିଣିବା ପାଇଁ ଯୋଜନା କରିଥାନ୍ତି । ଏହା ସେମାନଙ୍କ ପାଇଁ ଏକ ପ୍ରକାର ଆଶ୍ବସ୍ତି ପ୍ରଦାନ କରିବ । ବ୍ଲିଙ୍କଇଟ୍ HDFC, SBI, ICICI ଭଳି ଅନେକ ବ୍ୟାଙ୍କ ସହିତ ମିଶି ଏହି ସୁବିଧା ଆରମ୍ଭ କରିଛି । ଯଦି ରାସନ ଦର ଅଧିକା ହୋଇଥାଏ, ସେତେବେଳେ ମଧ୍ୟ ଗ୍ରାହକଙ୍କୁ ଅଧିକ ଭାର ପଡିବ ନାହିଁ।