ପୁରୁଷମାନେ ମଧ୍ୟ ହୋଇଥାନ୍ତି Breast Cancerର ଶିକାର: ଏହି ଭୟଙ୍କର ରୋଗର ଲକ୍ଷଣ ଓ ସମାଧାନ ବିଷୟରେ ସୂଚନା ଦେଲେ ଡାକ୍ତର

ନୂଆଦିଲ୍ଲୀ: ସ୍ତନ କର୍କଟ ରୋଗ କାରଣରୁ ପ୍ରତିବର୍ଷ ଭାରତରେ ହଜାର ହଜାର ମହିଳାଙ୍କ ଜୀବନ ଯାଉଛି । ଭାରତୀୟ ମହିଳାଙ୍କ ଠାରେ ସ୍ତନ କର୍କଟ ଏକ ଭୟଙ୍କର ରୋଗ ହୋଇଥିବା ବେଳେ ମହିଳାଙ୍କ ଠାରେ କ୍ୟାନସର ମାମଲାର ଏହା ହେଉଛି ୨୫ ପ୍ରତିଶତ । ତେବେ କେବଳ ମହିଳାମାନେ ନୁହନ୍ତି ପୁରୁଷମାନେ ମାନେ ବ୍ରେଷ୍ଟ କ୍ୟାନସରରେ ଶିକାର ହୋଇଥାନ୍ତି । ଯଦିଓ ପୁରୁଷଙ୍କ କ୍ଷେତ୍ରରେ ସ୍ତନ କର୍କଟ ମାମଲା ଅତ୍ୟନ୍ତ କମ୍ ଦେଖାଦେଇଥାଏ, ତେବେ ଏହାକୁ ହାଲୁକା ଭାବେ ନେବା ଅନୁଚିତ । ଏ କ୍ଷେତ୍ରରେ ପୁରୁଷମାନେ ମଧ୍ୟ ସତର୍କ ରହିବା ଜରୁରୀ । ପୁରୁଷ ବ୍ରେଷ୍ଟ କ୍ୟାନସରର ଲକ୍ଷଣ ଓ ସମାଧାନକୁ ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଜଣେ କ୍ୟାନସର ବିଶେଷଜ୍ଞଙ୍କ ଅନୁସାରେ, ଅନ୍ୟ କ୍ୟାନସର ପରି ବ୍ରେଷ୍ଟ କ୍ୟାନସର ମଧ୍ୟ ଉଭୟ ମହିଳା ଓ ପୁରୁଷଙ୍କୁ ହୋଇପାରେ । ତେବେ ବ୍ରେଷ୍ଟ କ୍ୟାନସର ପୁରୁଷଙ୍କ ଠାରେ କମ୍ ମାତ୍ରାରେ ଦେଖାଦେଇଥାଏ । ପୁରୁଷଙ୍କ ବ୍ରେଷ୍ଟ କ୍ୟାନସର ବିଷୟରେ ବହୁତ ବିଳମ୍ବରେ ଜାଣିବାରେ ମିଳିଥାଏ । କାରଣ ପୁରୁଷମାନେ ଏଥିପାଇଁ କୌଣସି ସ୍କ୍ରିନିଂ କରିନଥାନ୍ତି । ଲେଟ ଷ୍ଟେଜରେ ଏହି ରୋଗ ବିଷୟର ଜଣାପଡ଼ିବା ପରେ ଏହାର ଚିକିତ୍ସା କରିବା ମୁସ୍କିଲ ହୋଇଯାଇଥାଏ । ଯେତେବେଳେ କ୍ୟାନସରର କୋଷିକ ନିର୍ମାଣ ହୋଇଥାଏ, ସେ ସମୟରେ କୋଷିକାଗୁଡ଼ିକ ଅନିୟମିତ ଭାବେ ବଢ଼ିବାରେ ଲାଗିଥାନ୍ତି । ଯେତେବେଳେ ସେହି କୋଷିକ ବ୍ରେଷ୍ଟରେ ବିକଶିତ ହୋଇଥାଏ, ସେତେବେଳେ ତାହାକୁ ବ୍ରେଷ୍ଟ କ୍ୟାନସରର ନାମ ଦିଆଯାଇଥାଏ । ପୁରୁଷଙ୍କ ଠାରେ ବ୍ରେଷ୍ଟ ସ୍ଥାନରେ ଯେତେବେଳେ କୋଷିକାଗୁଡ଼ିକ ଅନିୟମିତ ଭାବେ ବଢ଼ିବାରେ ଲାଗିଥାନ୍ତି, ସେହି ସମୟରେ ବ୍ରେଷ୍ଟ କ୍ୟାନସର ହୋଇଥାଏ । ସେହି କ୍ୟାନସର ପୁରୁଷଙ୍କ ବ୍ରେଷ୍ଟର ଆଖପାଖର ଟିସୁଗୁଡ଼ିକରେ ତିଆରି ହୋଇଥାନ୍ତି ।

ଅନ୍ୟ କ୍ୟାନସର ପରି ବ୍ରେଷ୍ଟ କ୍ୟାନସରର ଆଶଙ୍କା ଅଧିକ ବୟସରେ ଦେଖିବାକୁ ମିଳିଥାଏ । ପୁରୁଷଙ୍କ କ୍ଷେତ୍ରରେ ବହୁ ବିଳମ୍ବରେ ଏହା ଦେଖିବାକୁ ମିଳିଥାଏ । କିଛି ଜିନ୍ସରେ ବଂଶାନୁଗତ ମ୍ୟୁଟେସନ କାରଣରୁ ମଧ୍ୟ ବ୍ରେଷ୍ଟ କ୍ୟାନସର ହୋଇଥାଏ । ପୁରୁଷ ବ୍ରେଷ୍ଟ କ୍ୟାନସର ପାଇଁ ଜେନେଟିକ କାରଣ ମଧ୍ୟ ଦାୟୀ ହୋଇଥାଏ । ଯଦି ଆପଣଙ୍କ ପରିବାରରେ ଏହି କ୍ୟାନସରର ଇତିହାସ ରହିଥିବ, ତେବେ ଆପଣଙ୍କୁ ମଧ୍ୟ ଏହା ହେବାର ଆଶଙ୍କା ରହିଥାଏ । ଲିଭର ସିରୋସିସର ସ୍ଥିତିରେ ଏଷ୍ଟ୍ରୋଜେନ ସ୍ତର ବୃଦ୍ଧି, ଅତ୍ୟଧିକ ମଦ୍ୟପାନ ଏହି କ୍ୟାନସରର କାରଣ ସାଜିପାରେ । ବ୍ରେଷ୍ଟ କ୍ୟାନସରରେ ବ୍ରେଷ୍ଟ ଆଖପାଖ ଯନ୍ତ୍ରଣା ହେବା ସହିତ ଗାଣ୍ଠ ତିଆରି ହୋଇଥାଏ । ଏହି କାରଣରୁ ନିପଲରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଫଳରେ ନିପଲ ଲାଲ ହେବା, ନିପଲରୁ କୌଣସି ତରଳ ପଦାର୍ଥ ଡିସଚାର୍ଜ ହେବା ଦେଖାଯାଇଥାଏ । ନିପଲ ଆଖାପାଖରେ ଘା’ ହେବା ମଧ୍ୟ ଏହାର ଲକ୍ଷଣ । ମଦ୍ୟପାନ କମ୍ କରିବା ଫଳରେ ହରମୋନ ସନ୍ତୁଳିତ ରହିଥାଏ, ଫଳରେ କ୍ୟାନସରର ରିସ୍କ ହ୍ରାସ ପାଇଥାଏ । ସମୟ ସମୟରେ ଶାରୀରିକ ଯାଞ୍ଚ କରିବା ଦ୍ୱାରା ଏହି ରୋଗ ବିଷୟରେ ଜାଣିବା ସମ୍ଭବ ହୋଇଥାଏ । ଶରୀରରେ ଜମି ରହିଥିବା ଅତିରିକ୍ତ ଚର୍ବିକୁ ହଟାଇବା ଫଳରେ ଏଷ୍ଟ୍ରୋଜେନର ସ୍ତର କମ୍ ହୋଇଥାଏ ଓ ଏହି ରୋଗର ରିସ୍କ ମଧ୍ୟ କମିଯାଇଥାଏ ।