ଶେଷରେ ରସଗୋଲାକୁ ବି ଛାଡ଼ିଲେନି; ଦୀପାବଳି ପାଇଁ ହେଉଥିବା ୫୦୦ କେଜି ବିଷାକ୍ତ ମିଠା ନଷ୍ଟକଲା ଖାଦ୍ୟ ସୁରକ୍ଷା ବିଭାଗ

ନୂଆଦିଲ୍ଲୀ: ଦିନ କେଇଟା ପରେ ଦୀପାବଳି। ଚିନ୍ତା ବଢ଼ାଇଲାଣି ନକଲି ରସଗୋଲା ଓ ମିଠା। ଅପମିଶ୍ରିତ ଓ ନିମ୍ନମାନର ଜିନିଷରୁ ପ୍ରସ୍ତୁତ ହୋଉଥିଲା ମିଠା। ଖବର ପାଇ ପହଞ୍ଚିଥିଲା ଖାଦ୍ୟ ସୁରକ୍ଷା ବିଭାଗ। ଯାହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଖାଦ୍ୟ ସୁରକ୍ଷା ବିଭାଗ ଟିମ୍ ରାଜସ୍ଥାନର ବେହରୋରରେ ଘଟିଛି ଏଭଳି ଘୃଣ୍ୟ କାର୍ଯ୍ୟ। ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୫୦୦ କେଜି ବିଷାକ୍ତ ରସଗୋଲା ଜବତ କରିଛି ଟିମ୍। ଜେସିବି ମେସିନରେ ଗାତ ଖୋଳି ସେଗୁଡ଼ିକୁ ନଷ୍ଟ କରାଯାଇଛି।

କେବଳ ରାଜସ୍ଥାନ ନୁହେଁ, ମଧ୍ୟପ୍ରଦେଶ-ଉତ୍ତରପ୍ରଦେଶର ବି ସମାନ ଘଟଣା। ଉଜ୍ଜୈନରେ ଅଧିକାରୀମାନେ ବିପୁଳ ପରିମାଣର ନକଲି ମାୱା ଜବତ କରିଛନ୍ତି। ଗୁଜରାଟରୁ ନକଲି ମାୱା ଆମଦାନୀ କରାଯାଉଥିବା ବେଳେ ଦୀପାବଳି ପାଇଁ ବିଷାକ୍ତ ଓ ନକଲି ମିଠା ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶର ଆଜମଗଡ଼ରେ ୧୦ କୁଇଣ୍ଟାଲରୁ ଅଧିକ ମିଠା ତିଆରି କରୁଥିବା ନକଲି ଓ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଛି।

ଦୀପାବଳି ମିଠା ତିଆରି ରେ ବ୍ୟବହୃତ ମାୱାକୁ ନକଲି କ୍ଷୀର ପାଉଡର, ପାମ ତେଲ, ବନସ୍ପତି, ଚିନି ଏବଂ ଖାଦ୍ୟ ରଙ୍ଗରେ ତିଆରି କରାଯାଏ । ଏଥିରୁ ପ୍ରସ୍ତୁତ ମିଠା ଖାଇଲେ ହୃଦରୋଗ, ମୋଟାପଣ, ହଜମ ଜନିତ ସମସ୍ୟା ଏପରିକି କର୍କଟ ଭଳି ରୋଗ ହୋଇପାରେ। ଆସନ୍ତୁ ଜାଣିବା ନକଲି ମିଠା ଦ୍ୱାରା ସ୍ୱାସ୍ଥ୍ୟର କ’ଣ କ୍ଷତି ହୋଇପାରେ ଏବଂ ନକଲି ମିଠାକୁ କିପରି ଯାଞ୍ଚ କରିପାରିବେ।

ନ୍ୟୁଟ୍ରିସିଆନିଷ୍ଟ ତଥା ଡାଏଟିସିଆନ୍ ଶିଖା ଅଗ୍ରୱାଲ ଶର୍ମାଙ୍କ କହିବା ନୁଯାୟୀ, ନିମ୍ନମାନର ମିଠାରେ କୃତ୍ରିମ ରଙ୍ଗ, ସିନ୍ଥେଟିକ୍ ମିଠା କିମ୍ବା ନିମ୍ନମାନର ମଇଦା ଭଳି ଜିନିଷ ବ୍ୟବହାର କରାଯାଏ। ଏପରି ମିଠା ଖାଇଲେ ବାନ୍ତି, ଝାଡ଼ା ଓ ପେଟ ରେ ଯନ୍ତ୍ରଣା ହୋଇଥାଏ। ଦୁଗ୍ଧ ଜାତ ଦ୍ରବ୍ୟ ଭଳି ପୁରୁଣା ବା ବାସି ଉପାଦାନ ବ୍ୟବହାର କଲେ ଫୁଡ୍ ପଏଜନିଂ ହେବା ସହ ଗମ୍ଭୀର ଗ୍ୟାଷ୍ଟ୍ରୋଇନଷ୍ଟ୍ରାଇନ ସମସ୍ୟା ଦେଖାଦେଇଥାଏ।