ଭୁବନେଶ୍ବର ବିମାନ ବନ୍ଦର ନିକଟରେ ବୁଲୁଛି ବାଘ! ଠାବ କରିବାକୁ ବନ ବିଭାଗର ଉଦ୍ୟମ ଜାରି

ଭୁବନେଶ୍ବର: ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି ବାଘ । ବିମାନବନ୍ଦର ନିକଟ ଡମ୍ପିଂ ୟାର୍ଡ ନିକଟରେ ବାଘ ରହିଥିବା ସୂଚନା ରହିଛି । ଏକ କଲରାପତରିଆ ବାଘ ରହିଥିବା ନେଇ ଖବର ପ୍ରସାରିତ ହେବା ପରେ ଅଞ୍ଚଳବାସୀ ଏହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି । ଖବର ପାଇ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ବାଘକୁ ଠାବ କରିବା ପାଇଁ ଯୋଜନା ଚଳାଇଛି । ଖବର ଅନୁସାରେ, ତେବେ ବିମାନବନ୍ଦର ଡ୍ରମ୍ପିଂ ୟାର୍ଡ ନିକଟରେ କାମ କରୁଥିବା ସମୟରେ ବାଘକୁ ଦେଖିଥିବା ଲୋକେ କହିଥିଲେ । ଏହା ସହିତ ଉକ୍ତ ଅଞ୍ଚଳରେ ବାଘର ପାଦଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ବାଘକୁ ଦେଖିବା ପରେ ଭୟର ବାତାବରଣ ଖେଳିଯାଇଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି ।