JEE ପରୀକ୍ଷାରେ ମିଳିଲାନି ସଫଳତା, ‘ମୁଁ ଆଉ ପାରୁନି’ କହି ଜୀବନ ହାରିଲେ ଛାତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ହୃଦୟ ବିଦାରକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଜେଇଇ ପରୀକ୍ଷାରେ ସଫଳତା ନମିଳିବା କାରଣରୁ ଜଣେ ଯୁକ୍ତ 2 ଛାତ୍ରୀ ବିଲ୍ଡିଂରୁ ଡେଇଁ ଜୀବନ ହାରିଛନ୍ତି । ନୂଆଦିଲ୍ଲୀର ଜାମିୟା ନଗର ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ତେବେ ଛାତ୍ରୀଙ୍କ ଆତ୍ମହତ୍ୟା ସମୟର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହା ଭାଇରାଲ ହେଉଥିବା ବେଳେ ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଛାତ୍ରୀଜଣକ ହଠାତ୍ ତଳକୁ ଖସି ପଡିଥିବା ବେଳେ ବଡ ଧରଣର ଶବ୍ଦ ମଧ୍ୟ ହୋଇଥିଲା । ଏହା ଶୁଣି ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ପହଞ୍ଚିିଥିଲେ । ମୋତେ କ୍ଷମା କରିଦେବ ମୁଁ ଆଉ ପାରିବିନି କହି ଛାତ୍ରଜଣକ ବିଲ୍ଡିଂରୁ ଡେଇଁ ପଡିଛନ୍ତି ।

ମୃତ ଛାତ୍ରୀଙ୍କ ବୟସ 17 ବର୍ଷ ବୋଲି ଜଣାପଡିଛି । ସେ ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଥମେ ପରୀକ୍ଷା ଦେଇ ଏଥିରେ ସଫଳତା ପାଇନଥିଲେ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି । ମୋତେ କ୍ଷମାଦେବ, ମୁଁ ଆଉ ପାରୁନି ବୋଲି ମୃତ ଛାତ୍ରୀଜଣକ ଲେଖିଛନ୍ତି । ତେବେ ଏହାର ପ୍ରକୃତ ଅର୍ଥ ଜଣାପଡିନଥିବା ବେଳେ ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନପାରିବାରୁ ଏଭଳି କରିଥିବା ଚର୍ଚ୍ଚା ହେଉଛି । ବିଲ୍ଡିଂରୁ ଡେଇଁବା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।