ନୂଆଦିଲ୍ଲୀ: ମହାରାଷ୍ଟ୍ର ରେଳ ଷ୍ଟେସନରେ ଦଳାଚକଟା । ରବିବାର ସକାଳେ ବାନ୍ଦ୍ରା ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ଦଳାଚକଟା ସ୍ଥିତି ଉପୁଜିଛି । ଏହି ଦୁର୍ଘଟଣାରେ 9ଜଣ ଆଗତ ହୋଇଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୯ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ତେବେ ଏଭଳି ସ୍ଥିତି ଉପୁଜିବା ପରେ ରେଳ ଷେଟ୍ସନରେ ଉପସ୍ଥିତ ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରିଥିବା ଜଣପଡିଛି । ପୋଲିସ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହିତ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ସାପ୍ତାହିକ ଭାବେ ଚାଲୁଥିବା ବାନ୍ଦ୍ରା ଗୋରଖପୁର ଟ୍ରେନ ରିସେଡଲ୍ୟୁ ହୋଇଥିଲା । ଗାଡି 5ଟା 10 ମିନିଟରେ ସମୟରେ ଛାଡିବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ରିସେଡଲ୍ୟୁ ହେବା କାରଣରୁ ଏହା ପ୍ଲାଟଫର୍ମକୁ ବିଳମ୍ବରେ ଆସିଥିଲା । ରାତି ପ୍ରାୟ 3ଟା 3 ମିନିଟ ସମୟରେ ଟ୍ରେନଟି ପ୍ଲାଟଫର୍ମରେ ପହଞ୍ଚିଥିଲା । ଜେନେରାଲ ବଗିରେ ଚଢିବା ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏହି କାରଣରୁ କିଛି ଲୋକଙ୍କ ଗୋଡ ଫେକ୍ଚର ହୋଇଥିବା ମଧ୍ୟ ଦେଖାଯାଇଛି । ଏହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓରେ ଦେଖାଯାଇଛି ଯେ, ଅନେକ ଷ୍ଟେସନରେ ଅଚେତ ଅବସ୍ଥାରେ ମଧ୍ୟ ପଡି ରହିଛନ୍ତି । କିନ୍ତୁ ପ୍ରଶାସନର ସୂଚନା ଅନୁସାରେ, ୯ଜଣ ବ୍ୟକ୍ତି ଆହତ ହୋଇଛନ୍ତି । କେଉଁ କାରଣ ପାଇଁ ଏଭଳି ଅଘଟଣ ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
– मुंबई के बांद्रा टर्मिनस रेलवे स्टेशन पर बड़ा हादसा
– बांद्रा से गोरखपुर जा रही ट्रेन में चढ़ने समय भगदड़
– घटना में 9 लोग घायल, मुंबई के भाभा हॉस्पिटल में इलाज जारी
– @mybmc के मुताबिक 2 की स्तिथि गंभीर#railway #Festiverush #train@ZeeBusiness @RailMinIndia pic.twitter.com/BsdYjS3EI3— Ambarish Pandey (@pandeyambarish) October 27, 2024