ଆପଣାନ୍ତୁ ଏହି 3 ସୁତ୍ର, ମାସକରେ କମିବ 8 କେଜି ଓଜନ!

ନୂଆଦିଲ୍ଲୀ: ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ କମ୍ ବୟସରୁ ଓଜନ ବୃଦ୍ଧି ପାଉଛି । ଛାତ୍ରଛାତ୍ରୀମାନେ ମଧ୍ୟ ମେଦ ବହୁଳତାର ଶିକାର ହେଉଛନ୍ତି । ଯାହାକି ଶରୀରକୁ ଅନେକ ପ୍ରକାର କ୍ଷତି ପହଞ୍ଚାଉଛି । ଓଜନ ବଢିବା ଯେତେକି ସହଜ, କମିବା ସେତିକି କଷ୍ଟକର ହୋଇଥାଏ । ତେବେ ଦକ୍ଷିଣ ଆଫ୍ରିକାରେ ରହୁଥିବା ଜଣେ ଭାରତୀୟ ଓଜନ ହ୍ରାସ କରିବା ପାଇଁ କିଛି ଟିପ୍ସ ଦେଇଛନ୍ତି । ସେ ମାତ୍ର 34 ଦିନରେ 8 କିଲୋ ଓଜନ କମାଇଥିବା ନେଇ କହିଛନ୍ତି । ସେ ପୂର୍ବରୁ 55 କିଲୋ ରହିଥିବା ବେଳେ ବର୍ତ୍ତମାନ ସେ 47 କିଲୋ ହୋଇଥିବା ଉଲ୍ଲେଖ କରିଛନ୍ତି । ତେବେ ତାଙ୍କର ଏହି ମୋଟିଭେସନ ସମସ୍ତଙ୍କୁ ଆକୃଷ୍ଟ କରୁଛି । ତେବେ 3ଟି ଉପାୟ ଆପଣାଇ ସେ ଓଜନ ହ୍ରାସ କରିଥିବା କଥା କହିଛନ୍ତି ।

ମୋଟିଭେସନ ଏବଂ ଜୀବନଶୈଳୀରେ ପରିବର୍ତ୍ତନ- ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଓଜନ ହ୍ରାସ କରିବାର କାରକ ହୋଇପାରିବ । ତେବେ ଓଜନ ହ୍ରାସ ହେବା ଦ୍ବାରା ଏହା କେବେଳ ଶାରୀରିକ କ୍ଷମତା ଉପରେ ପ୍ରଭାବ ପକାଏ ନାହିଁ ବରଂ ମାନସିକ ସ୍ବାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ । ହେଲଦି ଲାଇଫଷ୍ଟାଇନ ଏବଂ ଫିଟନେସ୍ ଲକ୍ଷ୍ୟକୁ ଆଖି ଆଗରେ ରଖି କାମ କରିବା ଜରୁରୀ ଅଟେ ।

ଡାଏଟ ଏବଂ ଏକ୍ସରସାଇଜ୍-ସେ ନିଜର ଡାଏଟରେ ଅଧିକି ପରିମାଣରେ ପୋଷକ ତତ୍ତ୍ବକୁ ରଖିଥିଲେ । ଶୀଘ୍ର ଓଜନ ହ୍ରାସ କରିବା ପାଇଁ ଡାଏଟ୍ ପ୍ଲାନ ଆପଣାଇଥିଲେ । ଅଧିକ ପ୍ରୋଟିନ ଏବଂ କମ୍ କାର୍ବୋହାଇଡ୍ରେଟ ରଖିଥିଲେ । ପ୍ରତିଦିନ 100 ଗ୍ରାମ ପ୍ରୋଟିନ ଆପଣାଇଥିଲେ । ଚିନି ଏବଂ ଜଙ୍କପୁଡରୁ ଦୂରେଇ ରହିଥିଲେ । ସବୁଜ ପନିପରିବା, ସତେଜ ଫଳ ଏବା ସାଲାଡର ସେବନ କରୁଥିଲେ । ଅନ୍ୟପଟେ ଏକ୍ସରସାଇଜରେ କାର୍ଡିଓ, ଷ୍ଟ୍ରେଣ୍ଥ ଟ୍ରେନିଂ ଏବଂ ଯୋଗ କରୁଥିଲେ । ପ୍ରତିଦିନ ଅତିକମ୍ରେ 45ରୁ 1 ଘଣ୍ଟା ବ୍ୟାୟାମ କରୁଥିଲେ ।

ହାଇଡ୍ରେସନ- ବ୍ୟସ୍ତବହୁଳ ଜୀବନ ଯୋଗୁଁ ପ୍ରାୟ ସମସ୍ତେ ପାଣି ପିଇବା ପାଇଁ ଭୁଲି ଯାଇଥାନ୍ତି । କିନ୍ତୁ ସେ ଜାଣିବାକୁ ପାଇଲେ ଯେ, ପାଣି ପିଇବା କାରଣରୁ ତାଙ୍କ ଓଜନ କମ୍ ହେବାରେ ଲାଗିଲା ଏବଂ ଶରୀର ହାଇଡ୍ରେଟ ମଧ୍ୟ ରହିଲା । ସେ ଦିନକୁ 20 ଗ୍ଲାସ ପାଣି ପିଉଥିଲେ ।