ଦୀପାବଳିରେ Ertiga କାର୍ କିଣିବାକୁ ଯୋଜନା କରୁଛନ୍ତି କି? 1 ଲକ୍ଷ ଦେଇ ଘରକୁ ଆଣନ୍ତୁ!

ନୂଆଦିଲ୍ଲୀ: ଦୀପାବଳିରେ କାର୍ କିଣିବା ନେଇ ଯୋଜନା କରୁଛନ୍ତି କି, ତାହାଲେ ବର୍ତ୍ତମାନ ସୁବର୍ଣ୍ଣ ସୁଯୋଗ । ମାତ୍ର 1 ଲକ୍ଷ ଦେଇ ଘରକୁ ଆଣିପାରିବେ କାର୍ । ଯେତେବେଳେ ଏହା ସୁଲଭ ପାରିବାରିକ କାର ବିଷୟରେ ଆସେ, ବଜାରରେ ଆମର ଅନେକ ବିକଳ୍ପ ରହିଥାଏ । ଏହିପରି ଗୋଟିଏ କାର ହେଉଛି ମାରୁତି ସୁଜୁକି ଅର୍ଟିଗା CNG । ଏହାକୁ ମାତ୍ର 1 ଲକ୍ଷ ଟଙ୍କା ଦେଇ ଘରକୁ ଆଣିପାରିବେ ।

Maruti Suzuki Ertigaର ଦାମ୍- ମାରୁତି ସୁଜୁକିର ଏହି କାରର ଏକ୍ସ ସୋରୁମ ପ୍ରାଇସ 10.78 ଲକ୍ଷ ରହିଛି । ଯଦି ଆପଣ ଦିଲ୍ଲୀରୁ ଏହି କାର୍ କିଣିବା ପାଇଁ ଚାହୁଁଛନ୍ତି ତାହାଲେ ଗାଡି ଉପରେ 1 ଲକ୍ଷ 12 ହଜାର 360 ଟଙ୍କାର ଆରସି ଶୁଳ୍ପ ଏବଂ 40 ହଜାର 384 ଟଙ୍କାର ଇନ୍ସୋରେନ୍ସ ଦେବାକୁ ହେବ । ଏହାସହିତ 12 ହଜାର 980 ଟଙ୍କା ଏକ୍ସଟ୍ରା ଚାର୍ଜ ଦେବାକୁ ହେବ । ସବୁକୁ ମିଶାଇଲେ ଅର୍ଟିଗାର ଅନରୋଡ ପ୍ରାଇସ୍ 12 ଲକ୍ଷ 43 ହଜାର 994 ଟଙ୍କା ହେଉଛି ।

ଯଦି ଆପଣ 12.43 ଲକ୍ଷ ଟଙ୍କାରେ 1ଲକ୍ଷ ଡାଉନ ପେମେଣ୍ଟ ଦେବେ ତାହେଲେ 11 ଲକ୍ଷ 43 ହଜାର 994 ଟଙ୍କାର ଲୋନ୍ ନେବାକୁ ହେବ । ତେବେ ଏଥିରେ ବାର୍ଷିକ 10 ପ୍ରତିଶତ ସୁଧ ଦେବାକୁ ହେବ । ଅର୍ଥାତ୍ ପ୍ରତ୍ୟେକ ମାସରେ 24 ହଜାର 360 ଟଙ୍କା ହିସାବରେ 60 ମାସ ଦେବାକୁ ହେବ । ଏହାର ଦାମ୍ 3 ସଶ୍ର 14 ହଜାର 396 ଟଙ୍କା ହେବ ।

ଅର୍ଟିଗାର ମାଇଲେଜ ଏବଂ ଫିଚର- ଆର୍ଟିଗାର ସିଏନଜି 26.11 କିମି ପ୍ରତି କିଲୋଗ୍ରାମର ମାଇଲେଜ ଦେଇଥିଲା । କାରର ଇଞ୍ଜିନ କଥା ଯଦି ଦେଖିବା ତାହେଲେ ଏହାର ଇଂଜିନ 1.5 ଲିଟର ପେଟ୍ରୋଲ ଇଞ୍ଜିନ ସହିତ ଆସିଥାଏ । ଯଦି ସ୍ପେସିଫିକେସନ କଥା ଦେଖିବା ତାହାଲେ ମାର୍କେଟରେ ଏହାକୁ ସବୁଠାରୁ ଭଲ ଏମପିବି ବୋଲି ବିବେଚନା କରାଯାଇଥାଏ । ଏହି 7 ସିଟର କାରରେ 1462 ସିସିର ପେଟ୍ରୋଲ ଇଂଜିନ ରହିଛି । ଏଥିରେ ମାନ୍ୟୁଆଲ ଟ୍ରାନ୍ସମିଶନର ବିକଳ୍ପ ମଧ୍ୟ ରହିଛି । କମ୍ପାନୀର କହିବା ଅନୁସାରେ ଏଙି କାର୍ 20.51 କିମି ପ୍ରତି ଲିଟରର ମାଇଲେଜ ମଧ୍ୟ ପ୍ରଦାନ କରିଥାଏ।