ରାଜନୀତି ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ନେଇ ଏପରି କହିଲେ ବିଜୟ; ‘କ୍ୟାରିୟରର ସର୍ବୋଚ୍ଚ ନିଷ୍ପତ୍ତି ନେଇଥିଲି’

ମୁମ୍ୱାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପଥି ବିଜୟ ନିଜର ଦମଦାର ଫିଲ୍ମ ପାଇଁ ଜଣାଶୁଣା। ଫିଲ୍ମ ବ୍ୟତୀତ ଥାଲାପଥି ବିଜୟ ଏବେ ରାଜନୀତିରେ ମଧ୍ୟ ନିଜର ଷ୍ଟାଇଲ ଦେଖାଇବାପାଇଁ ପୂରା ପ୍ରସ୍ତୁତ ଅଛନ୍ତି। ଏହାରି ଭିତରେ ନିଜର ପ୍ରଥମ ରାଲିରେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ରାଜନୀତିକୁ ଯିବା ନେଇ ନୀରବତା ଭାଙ୍ଗିଛନ୍ତି। ନିଜର ଶକ୍ତିଶାଳୀ ଭାଷଣରେ ଥାଲାପଥି ଆହୁରି ମଧ୍ୟ କହିଛନ୍ତି ଯେ ସେ ରାଜନୀତିରେ ଯୋଗ ଦେଇଛନ୍ତି ଯାହା ଦ୍ୱାରା ସେ ଲୋକଙ୍କ ପାଇଁ କିଛି କରିପାରିବେ। ଅଭିନେତା ଏବେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଛନ୍ତି ଏବଂ ନିଜ କ୍ୟାରିୟର ବିଷୟରେ କହିବା ବେଳେ ନୂଆ ଖୁଲାସା କରିଛନ୍ତି। ବିଜୟ ଫିଲ୍ମରୁ ରାଜନୀତିକୁ ଆସିଛନ୍ତି।

ରାଜନୀତିରେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିବା ପୂର୍ବରୁ ଏହି ଅଭିନେତା ନିଜର ଶେଷ କିଛି ଫିଲ୍ମର ସୁଟିଂ କରୁଥିବା ଚର୍ଚ୍ଚା ହେଉଥିଲା। ଏ ସମ୍ପର୍କରେ ସେ କହିଛନ୍ତି ଯେ ଏହା କେବଳ ଶେଷ ସିନେମା। ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ପରେ ପ୍ରଥମ ଥର ପାଇଁ ଥାଲାପଥି ବିଜୟ କହିଛନ୍ତି ଯେ ସେ ପ୍ରକୃତରେ ନିଜର ରାଜନୈତିକ କ୍ୟାରିୟର ପାଇଁ ତାମିଲ ଇଣ୍ଡଷ୍ଟ୍ରି ଛାଡିଛନ୍ତି। ରବିବାର ପ୍ରଥମ ଟିଭିକେ ବିଜୟ ମଣ୍ଡୁ କାର୍ଯ୍ୟକ୍ରମରେ ଭାଷଣ ଦେଇ ଅଭିନେତା ତାଙ୍କ ଭବିଷ୍ୟତ ଯୋଜନା ବିଷୟରେ ମଧ୍ୟ କହିଛନ୍ତି। ୨୦୨୬ ବିଧାନସଭା ନିର୍ବାଚନଜିତିବା ଦଳର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ମୁଁ ମୋ କ୍ୟାରିୟରର ଶୀର୍ଷରେ ଥିବା ବେଳେ ଅନେକ ଫିଲ୍ମ ଛାଡିଦେଇଛି ଏବଂ ମୁଁ ମୋର ଦରମା ମଧ୍ୟ ଛାଡି ଦେଇଛି। ମୁଁ ତୁମ ସମସ୍ତଙ୍କ ଉପରେ ଭରସା କରି ତୁମର ବିଜୟ ରୂପେ ଆସିଛି। ସେପ୍ଟେମ୍ବରରେ ଜଣାପଡ଼ିଥିଲା ଯେ ବିଜୟ ଭାରତରେ ଏକ ଫିଲ୍ମ ପାଇଁ ସବୁଠାରୁ ଅଧିକ ଦରମା ପାଉଥିବା ଅଭିନେତା। ସେହିପରି ତାମିଲଗା ଭେଟ୍ରି କାଜଗମ (ଟିଭିକେ) ପାର୍ଟିର ମୁଖ୍ୟ ଥାଲାପଥି ବିଜୟ ରବିବାର ଦଳର ପ୍ରଥମ ଅଧିବେଶନକୁ ସମ୍ବୋଧିତ କରିଥିଲେ। ତାମିଲନାଡୁରେ ପରିବର୍ତ୍ତନର ଆବଶ୍ୟକତା ରହିଛି।