ଶ୍ରୀଜିଉଙ୍କ ବନକ ଲାଗି ନୀତି, ଶ୍ରୀମନ୍ଦିରରେ 5 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ 5 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ପରମ୍ପରା ଅନୁସାରେ, ନୀତିକ୍ରାନ୍ତି ଆୟୋଜିତ ହେବାକୁ ଥିବା ବେଳେ ମହାପ୍ରଭୁଙ୍କୁ 5 ଘଣ୍ଟା ଦର୍ଶନ କରିପାରିବେନି ଭକ୍ତ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସନ୍ଧ୍ୟା 5ଟାରୁ ରାତି 10 ଯାଏଁ ସନ୍ଧ୍ୟା ଦର୍ଶନ ବନ୍ଦ ରହିବ ।

ସୂଚନା ଅନୁସାରେ, ଦ୍ବିତୀୟା ଭୋଗମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା 5ଟାରୁ ରାତି 10 ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ଏହା ଏକ ଗୁପ୍ତ ନୀତି ହୋଇଥିବା କାରଣରୁ ଦର୍ଶନ ବନ୍ଦ ରଖାଯାଇଥାଏ । ତେବେ ନୀତି ଅନୁସାରେ, ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ । ଧୂପ ସରିବା ପରେ ମନ୍ଦିରର ସମସ୍ତ କବାଟ ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଏହା ବୁଧବାର କିମ୍ବା ଗୁରୁବାର ଦିନ କରାଯାଇଥାଏ । ତେବେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହି ବନକଲାଗି ନୀତି କରିଥାନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଇଥାଏ । ବନକଲାଗିରେ ବଜାରରେ ମିଳୁଥିବା ରଙ୍ଗ ବ୍ୟବହାର କରାଯାଏ ନାହିଁ । ମନ୍ଦିର ଭିତରେ ହିଁ ମହାପ୍ରଭୁଙ୍କ ପାଇଁ ରଙ୍ଗ ପ୍ରସ୍ତୁତ କରାଯାଇଥାଏ ।  ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ ।