କଟକ: (ଓଡ଼ିଶା ଭାସ୍କର) ଗତ ବର୍ଷ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣା ଆଜି ପର୍ଯ୍ୟନ୍ତ ମନରୁ ଲିଭି ନାହିଁ । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହ ୧ ହଜାରରୁ ଅଧିକ ଆହତ ହୋଇଥିଲେ । ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାରେ ଗିରଫ ହୋଇଥିବା ୩ ଜଣଙ୍କୁ ମିଳିଲା ଜାମିନ । ମହମ୍ମଦ ଅମୀର ଖାନ୍, ଅରୁଣ ମହାନ୍ତ, ପପୁ କୁମାରଙ୍କୁ ମିଳିଲା ଜାମିନ ।
୩ ଜଣଙ୍କୁ ସର୍ତ୍ତମୂଳକ ଜାମିନ ମଂଜୁର କଲେ ହାଇକୋର୍ଟ । ୨୦୨୩ ଜୁନ୍ ୨ ତାରିଖରେ ବାହାନଗା ଠାରେ ଘଟିଥିଲା ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ସରକାରୀ ରିପୋର୍ଟ ଅନୁସାରେ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହେବା ସହ ଆହତ ହୋଇଥିଲେ ଶତାଧିକ ଲୋକ । ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟିବାର ୧ ମାସ ପରେ ଜୁଲାଇ ମାସ ୭ ତାରିଖରେ ଏହି ତିନିଜଣ ମାଷ୍ଟର ମାଇଣ୍ଡଙ୍କୁ ସିବିଆଇ ଗିରଫ କରିଥିଲା ।
ଏହି ତିନିଜଣ ରେଳ କର୍ମଚାରୀଙ୍କର ଟ୍ରେନ ଦୁର୍ଘଟଣାରେ ହାତ ଥିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା । ଏଥିସହିତ ସେମାନଙ୍କୁ ପଚରାଉଚରା କରାଯିବା ସହ ସତ ଖୋଜିବାକୁ ପ୍ରୟାସ କରିଥିଲା ତଦନ୍ତକାରୀ ସଂସ୍ଥା । ସେମାନଙ୍କ ବିରୋଧରେ କିଛି ସୁରାକ ମିଳିବା ପରେ ଧାରା ୩୦୪ ଓ ୨୦୧ ସିଆରପିସି ଅନୁସାରେ ସେମାନଙ୍କୁ ଗିରଫ କରାଯାଇଥିଲା ।