ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀପାବଳୀରେ ବାଣ ଫୁଟାଇବାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଗାଇଡଲାଇନ୍ସ ଜାରି ହୋଇଛି । ରାତି ୭ଟାରୁ ୯ଟା ଭିତରେ ବାଟ ଫୁଟାଇବା ନେଇ ମିଳିଛି ଅନୁମତି । ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ନେଇ ବାରଣ କରାଯାଇଛି । ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ପରିଧି ଭିତରେ ବାଣ ଫୁଟାଇ ପାରିବେନି । ଏଥିସହିତ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ନ ଦେବାକୁ କୁହାଯାଇଛି ।
ଗାଇଡଲାଇନ୍ସ ମୁତାବକ, ଏଥର ଦୀପାବଳିରେ ବେରିୟମ୍ ଓ କେମିକାଲଯୁକ୍ତ ବାଣ ବିକ୍ରି, ବ୍ୟବହାର ନେଇ କଟକଣା ଲାଗୁ କରାଯାଇଛି । ବସ୍ତିରେ, ରାସ୍ତାରେ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବାଟ ଫୁଟାଇବାକୁ ବାରଣ କରାଯାଇଛି । ପାର୍କ, ସାଇଲେନ୍ସ ଜୋନମାନଙ୍କରେ ବାଟ ଫୁଟାଇ ପାରିବେନି । ଏଥିସହିତ ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଓ କୋର୍ଟମାନଙ୍କର ୧୦୦ ମିଟର ପରିଧି ଭିତରେ ବାଟ ଫୁଟାଇବାକୁ ଅନୁମତି ନାହିଁ । ଧାର୍ମିକ ଅନୁଷ୍ଠାନଗୁଡ଼ିକର ଶହେ ମିଟର ଭିତରେ ମଧ୍ୟ ବାଟ ଫୁଟାଯିବନି ।