ଟେଷ୍ଟ ପରାଜୟର ପ୍ରତିଶୋଧ ନେଲା ଭାରତ: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଜିତିଲା ଭାରତୀୟ ମହିଳା ଟିମ୍

ନୂଆଦିଲ୍ଲୀ: ଯାହା ପୁରୁଷ ଟିମ୍ କରିପାରିଲାନି ତାହା ଆଜି ଭାରତୀୟ ମହିଳା ଟିମ୍ କରି ଦେଖାଇଛି । ନ୍ୟୁଜିଲାଣ୍ଡ ଟିମ୍ ଘରୋଇ ଭାରତୀୟ ଦଳ ବିପକ୍ଷରେ ଟେଷ୍ଟରେ ୨-୦ରେ ଆଗୁଆ ରହିବା ରହ ସିରିଜ୍ ଉପରେ କବଜା କରିନେଇଛି । ଦୀର୍ଘ ୧୨ ବର୍ଷ ପରେ ଭାରତ ଘରୋଇ ମାଟିରେ ପ୍ରଥମ ଥର ଟେଷ୍ଟ ସିରିଜ୍ ହାତଛଡ଼ା କରିଥିଲା । ତେବେ କ୍ରିକେଟ ଏକ ଅନିଶ୍ଚିତତାର ଖେଳ ହୋଇଥିବା ବେଳେ ଏହି ଖେଳରେ ପ୍ରତିଶୋଧ ନେବା ପାଇଁ ବାରମ୍ବାର ବାରମ୍ବାର ସୁଯୋଗ ଆସିଥାଏ । ଭାରତୀୟ ପୁରୁଷ ଟିମ ଟେଷ୍ଟ ସିରିଜରେ ପରାଜୟବରଣ କରିଥିବା ବେଳେ ମହିଳା ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ହାତେଇବାରେ ସକ୍ଷମ ହୋଇଛି ।

ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ ମହିଳା ଟିମ୍ ମଧ୍ୟରେ ଗୋଟିଏ ଲେଖାଏଁ ଦିନିକିଆ ଖେଳାଯାଇଥିବା ବେଳେ ସ୍ଥିତି ୧-୧ରେ ବରାବର ଆଜି ରହିଥିଲା । ଆଜି ନିର୍ଣ୍ଣାୟକ ତଥା ଅନ୍ତିମ ମ୍ୟାଚରେ ବିଜୟୀ ହେବା ପାଇଁ ଦୁଇ ଟିମ୍ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା । ଶେଷରେ ଭାରତୀୟ ମହିଳା ଟିମ ଦମ୍ ଦେଖାଇ ସିରିଜ ହାତେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୪୯.୫ ଓଭରରେ ୨୩୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୩ଟି ଓ ପ୍ରିୟା ମିଶ୍ର ୨ଟି ୱିକେଟ ନେଇଥିଲେ ।

୨୫୦ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତୀୟ ଓପନର ସ୍ମୃତି ମନ୍ଧାନା ଗୋଟିଏ ପଟେ ତିଷ୍ଠି ରହିଥିଲେ । ସ୍ମୃତି ୧୨୨ଟି ବଲରୁ ୧୦ଟି ଚୌକା ସହାୟତାରେ ଶତକ ପୂରଣ କରିଥିଲେ । ସେହିପରି ଅଧିନାୟିକା ହରମନପୀତ କୌର ଆଜି ୫୯ ରନ୍ ସଂଗ୍ରହ କରିବା ସହ ଫାଇନାଲ ମ୍ୟାଚରେ ନିଜର ଦମ୍ ଦେଖାଇଥିଲେ । ଫଳରେ ଭାରତ ୪୪.୨ ଓଭରରେ ୪ଟି ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିପାରିଥିଲା । ଭାରତ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ଆଜିର ମ୍ୟାଚରେ ୬ ୱିକେଟରେ ହରାଇବା ସହ ୨-୧ରେ ଦିନିକିଆ ସିରିଜକୁ ହାତେଇବାକୁ ସକ୍ଷମ ହୋଇଛି । ଏଭଳି ଭାବେ ପୁରୁଷ ଟିମ୍ ଟେଷ୍ଟରେ ଯାହା କରିପାରିନଥିଲା ଆଜି ମହିଳା ଟିମ୍ ଦିନିକିଆରେ ତାହା କରି ଦେଖାଇଛି ।