ଆଜି ମହାପ୍ରଭୁଙ୍କ ବନକ ଲାଗି; 5 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ, ଜାଣନ୍ତୁ କଣ ଏହି ନୀତି

ଭୁବନେଶ୍ବର: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ ।  ଏହା ଏକ ଗୁପ୍ତନୀତି ହୋଇଥିବା କାରଣରୁ 5 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା 5ଟାରୁ ରାତି 10 ଯାଏଁ ସନ୍ଧ୍ୟା ଦର୍ଶନ ବନ୍ଦ ରହିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।  ନୀତିକ୍ରାନ୍ତି ଅର୍ଥାତ ବନକ ଲାଗି ବେଳେ ଭକ୍ତମାନେ ମହାପ୍ରଭୁଙ୍କୁ 5 ଘଣ୍ଟା ଦର୍ଶନ କରିପାରିବେ ନାହିଁ । ଦ୍ବିତୀୟା ଭୋଗମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା 5ଟାରୁ ରାତି 10 ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ

ତେବେ ନୀତି ଅନୁସାରେ, ବନକ ଲାଗି ପ୍ରାୟତଃ ବୁଧବାର କିମ୍ବା ଗୁରୁବାର ଦିନ କରାଯାଇଥାଏ । ତେବେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହି ବନକଲାଗି ନୀତି କରିଥାନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଇଥାଏ । ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ । ଧୂପ ସରିବା ପରେ ମନ୍ଦିରର ସମସ୍ତ କବାଟ ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ ।  ବନକଲାଗିରେ ବଜାରରେ ମିଳୁଥିବା ରଙ୍ଗ ବ୍ୟବହାର କରାଯାଏ ନାହିଁ । ମନ୍ଦିର ଭିତରେ ହିଁ ମହାପ୍ରଭୁଙ୍କ ପାଇଁ ରଙ୍ଗ ପ୍ରସ୍ତୁତ କରାଯାଇଥାଏ ।  ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ ।