ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ତାରିଖ ବଦଳିଲା: ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା (ଏନଏମଏମଏସ) ୨୦୨୪-୨୫କୁ ନେଇ ଆସିଛି ଏକ ବଡ଼ ଖବର । ଏନଏମଏମଏସ ପରୀକ୍ଷା ତାରିଖ ବଦଳିଛି । ଆସନ୍ତା ଡିସେମ୍ବର ମାସ ୧ ତାରିଖ (ପ୍ରଥମ ରବିବାର) ପରିବର୍ତ୍ତେ ୧୫ ତାରିଖ (ତୃତୀୟ ରବିବାର) ଦିନ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଯୋଗ୍ୟ ଛାତ୍ରଛାତ୍ରୀମାନେ ଡିସେମ୍ବର ୮ରୁ ୧୪ ତାରିଖ ମଧ୍ୟରେ https://nmms.odisha.gov.in/ ୱେବସାଇଟରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ଯେଉଁ ଛାତ୍ରଛାତ୍ରମାନେ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ପାଇଁ ଅନଲାଇନରେ ପୂର୍ବରୁ ଆବେଦନ କରିଥିଲେ ଓ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପରୀକ୍ଷା ସେଣ୍ଟରକୁ ଯାଇ ପରୀକ୍ଷା ଦେଇ ପାରିବେ । ଏନେଇ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା (ଏସସିଇଆରଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚିତ କରାଯାଇଛି ।