ମିଳିଲା RBI ମଞ୍ଜୁରୀ: ଜିଓ ପେମେଣ୍ଟ ଏବେ ଅନଲାଇନ୍ ପେମେଣ୍ଟ ଏଗ୍ରିଗେଟର ଭାବେ ଅପରେସନ ଆରମ୍ଭ କରିବ

ନୂଆଦିଲ୍ଲୀ: ଜିଓ ଫାଇନାନ୍ସିଆଲ ସର୍ଭିସେସ (ଜେଏଫଏସ)ର ଏକ ସହାୟକ କମ୍ପାନୀ ଜିଓ ପେମେଣ୍ଟ ସଲୁସନ୍ସକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତରଫରୁ ରେଗୁଲେଟରୀ କ୍ଲିୟରାନ୍ସ ମିଳିଛି । ଏଣିକି ପେଟିମ୍ ଆପ୍ ପରି ଜିଓ ମଧ୍ୟ ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରିପାରିବ । ଅକ୍ଟୋବର ୨୮ ତାରିଖରୁ ତାହା ଆରମ୍ଭ ହୋଇଯାଇଛି । କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏହି ଅନୁମତି ମିଳିବା ପରେ ଏବେ ଜିଓ ପେମେଣ୍ଟସ ମର୍ଚାଣ୍ଟସ ଓ କଷ୍ଟମରଙ୍କ ପାଇଁ ଡିଜିଟାଲ ଟ୍ରାଞ୍ଜାକସନ ସେବା ପ୍ରଦାନ କରିପାରିବ । ପେଟିଏମ୍ ଯେଉଁ ସବୁ ଅଫର ପ୍ରଦାନ କରୁଛି ତା’ ସହ ଜିଓର ସେବା ସମାନ ରହିବ ।

କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅନୁମୋଦନ ପରେ ଏବେ ଜିଓ ପେମେଣ୍ଟ ଅନଲାଇନ୍ ପେମେଣ୍ଟ ଏଗ୍ରିଗେଟର ଭାବେ ଅପରେସନ ଆରମ୍ଭ କରିବ । ଦିଗଜ ଫିନଟେକ ଫାର୍ମ ପେଟିଏମ୍ ବ୍ୟାଙ୍କକୁ ଆରବିଆଇର ନିୟାମକ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ୁଥିବା ସମୟରେ ଜିଓକୁ ଏହି ମଞ୍ଜୁରୀ ମିଳିଛି । ମାର୍କେଟରେ ଏକ ବଢ଼ିଆ ୟୁଜରବେସ ପ୍ରସ୍ତୁତ କରିବା ପାଇଁ ଜିଓ ପେମେଣ୍ଟ ନିକଟରେ ଏକ ଶାନଦାର ସୁଯୋଗ ରହିଛି । ଜିଓ ପେମେଣ୍ଟର ଜିଓ ପେମେଣ୍ଟସ ବ୍ୟାଙ୍କ ଉପଲବ୍ଧ ରହିଛି । ଜିଓ ପେମେଣ୍ଟସ ବ୍ୟାଙ୍କ ଅନେକ ପ୍ରକାରର ସର୍ଭିସ ଉପଲବ୍ଧ କରାଉଛି । ସେଥିମଧ୍ୟରେ ବାୟୋମେଟ୍ରିକ ପ୍ରମାଣୀକରଣ ଓ ଏକ ଫିଜିକାଲ ଡେବିଟ କାର୍ଡ ସହିତ ଡିଜିଟାଲ ସେଭିଙ୍ଗ ଆକାଉଣ୍ଟ ମଧ୍ୟ ଦେଉଛି ।